କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ମୁଣ୍ଡବଥା ହେଉଥିଲେ ଅଣଦେଖା କରନ୍ତୁ ନାହିଁ, ଆପଣ ହୋଇ ଥାଇପାରନ୍ତି ଏହି ସବୁ ସମସ୍ୟାର ଶିକାର!

ମୁଣ୍ଡବ୍ୟଥାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଆସନ୍ତୁ ଜାଣିବା ସାଧାରଣ ଭଳି ଲାଗୁଥିବା ମୁଣ୍ଡବିନ୍ଧା କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ ।

୧ . ମୁଣ୍ଡବିନ୍ଧା ଷ୍ଟ୍ରୋକ୍ ହେବାର ପୂର୍ବ ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେବାକୁ ଥିଲେ ଆରମ୍ଭରୁ ମୁଣ୍ଡ ଜୋରରେ ବିନ୍ଧା ହୋଇଥାଏ । ପରେ ବାନ୍ତି ହେବା, ଖାଇବାକୁ ଇଚ୍ଛା ନହେବା ଭଳି ସମସ୍ୟା ଦେଖାଯାଇଥାଏ । ଯେତେବେଳେ ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ, ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଇଥାଏ ।

୨ . ପ୍ରତିଦିନ ମୁଣ୍ଡ ବିନ୍ଧା ହେବା ଏବଂ ବିନା ଔଷଧରେ ଭଲ ନହେବା ଭଳି ସମସ୍ୟା ମାଇଗ୍ରେନର ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେଲେ ମୁଣ୍ଡର ଏକ ଭାଗରେ ଜୋରରେ କମ୍ପନ ହେଉଥିବା ଭଳି ଅନୁଭବ ହୋଇଥାଏ ।

୩ . ଶରୀରରେ ଜଳୀୟ ଅଂଶ କମ ହେଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ । କେବଳ ଖରାଦିନେ ନୁହେଁ । ବରଂ ଶୀତ ଦିନେ ମଧ୍ୟ ଶରୀରକୁ ଅଧିକ ପାଣି ଦରକାର ହୋଇଥାଏ । ଯାହା ପାଇଁ ପ୍ରତିଦିନ ଏବଂ ପ୍ରତି ଋତୁରେ ଅତି କମରେ ୮-୧୦ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ