ଅପରାଧ ଦେଶ ବିଦେଶ

ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ

ନୂଆଦିଲ୍ଲୀ, ୧୬|୦୮: ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ । ପ୍ରାଣ ହରାଇଲେ ପରିବାରର ସ୍ୱାମୀ-ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୈନପୁରୀରେ ।

ସୂଚନାନୁସାରେ, ସୋମବାର ରାତିରେ ଏକ ଟ୍ରକ୍ ମୈନପୁରୀରୁ କାନପୁର ଅଭିମୁଖେ ଯାଉଥିଲା । କିନ୍ତୁ ରାସ୍ତାରେ ଏହା ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଥିଲା । ଘରେ ସେହି ସମୟରେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀ ଥିଲେ । ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ୍ ମାଡି ଯାଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏତତ୍ ବ୍ୟତୀତ ଟ୍ରକରେ ୭ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ମୈନପୁରୀ ଏସପି କମଲେଶ ଦୀକ୍ଷିତ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଘରେ ଟ୍ରକ୍ ପଶି ଯାଇଥିବାରୁ ପତି-ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇପାରିନଥିଲା । ପରେ କ୍ରେନ୍ ସାହାଯ୍ୟରେ ଭଗ୍ନାବଶେଷ ହଟାଯାଇ ଉଦ୍ଧାର କରାଯାଇଥିଲା । ସେହିପରି ଆଉ ଜଣଙ୍କ ମୃତଦେହ ମଧ୍ୟ ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଥିଲା । ତେବେ ଡ୍ରାଇଭର ନିଶାସକ୍ତ ଥିଲେ ନା ଟ୍ରକର ବ୍ରେକ୍ ଫେଲ ହୋଇଯାଇତିଲା ତାହା ଜଣାପଡି ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ