ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନିଷ୍ପତ୍ତି ବଦଳାଇଲା ହ୍ୱାଟ୍ସଆପ, ଫେବ୍ରୁଆରି ୮ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ବନ୍ଦ ହେବନି ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । କିଛି ଦିନ ତଳେ ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଥିଲା ହ୍ୱାଟ୍ସଆପ । ଫେବ୍ରୁଆରି ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଣ୍ଟ ଡିଲିଟ ହେବ ବୋଲି କମ୍ପାନି ସ୍ପଷ୍ଟ କରିଥିଲା । ଏ ନେଇ ବିବାଦ ଦିନକୁ ଦିନ ବଢ଼ୁଥିବା ସହ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯିବା ପରେ ହ୍ୱାଟ୍ସଆପ ଏକ ବଡ଼ ନିଷ୍ପତି ନେଇଛି। ଫେବ୍ରୁଆରି ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଣ୍ଟ ଡିଲିଟ ପାଇଁ ଦିଆଯାଇଥିବା ସମୟସୀମାକୁ କମ୍ପାନି ମେ’ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛି।

“ହ୍ୱାଟ୍ସଆପ ଆପ୍ ବ୍ୟବହାରକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରି କୌଣସି ଦ୍ୱନ୍ଦ୍ୱର ମୁକାବିଲା କରିବା ପାଇଁ ଆମେ କାର୍ଯ୍ୟ କରୁଛୁ । ଫେବ୍ରୁଆରି ୮ରେ କାହାର ଆକାଉଣ୍ଟକୁ ସ୍ଥଗିତ କିମ୍ବା ଡିଲିଟ କରାଯିବ ନାହିଁ ଏବଂ ଆମେ ମେ’ ମାସ ପର୍ଯ୍ୟନ୍ତ ଆମର ବ୍ୟବସାୟ ଯୋଜନାକୁ ଘୁଞ୍ଚାଇବୁ” ବୋଲି କମ୍ପାନି ପକ୍ଷରୁ ଟ୍ୱିଟ୍ କରାଯାଇଛି।

ଏହା ପୂର୍ବରୁ ନୂଆ ପ୍ରାଇଭେସି ପଲିସିକୁ ନେଇ ବିବାଦ ଦେଖାଦେବା ପରେ କମ୍ପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ସ୍ପଷ୍ଟୀକରଣରେ ଲେଖାଥିଲା ଯେ,

୧ -ଆପଣ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ କରୁଥିବା ଚାଟ୍ ସଂପୂର୍ଣ୍ଣ ଗୋପନୀୟ ରହିବ । ନୂଆ ପ୍ରାଇଭେସୀ ପଲିସି ଏହା ଉପରେ କିଛି ପ୍ରଭାବ ପକାଇବ ନାହିଁ । ତେବେ ବ୍ୟବସାୟିକ ଆକାଉଂଟ ଉପରେ ଏହାର ପ୍ରଭାବ ପଡିବ ।

୨- ଆପଣଙ୍କ କୌଣସି ବ୍ୟକ୍ତିଗତ ମେସେଜ କିମ୍ବା କଲ ଓ ସେୟାର କରିଥିବା ଲୋକେସନ ହ୍ୱାଟସଆପ, ଫେସବୁକ ଶୁଣି ପାରିବେ ନାହିଁ କି ଦେଖି ପାରିବେ ନାହିଁ । କାରଣ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ହ୍ୱାଟ୍ସଆପର ମେସେଜ ରହିଛି ।

୩- ବ୍ୟବହାରକାରୀ ଅନୁମତି ଦେବା ପରେ ଫୋନ ଆଡ୍ରେସ ବୁକ ପାଇବ ହ୍ୱାଟ୍ସଆପ । ତେବେ ବ୍ୟବହାରକାରୀ ନିଶ୍ଚିତ ରୁହନ୍ତୁ, ହ୍ୱାଟ୍ସଆପ କାହାରିକୁ କଂଟାକ୍ଟ ଲିଷ୍ଟ ସେୟାର କରିବ ନାହିଁ ।

୪- ହ୍ୱାଟ୍ସଆପ ସ୍ପଷ୍ଟ କରିଛି ଗ୍ରୁପ ଚାଟର ତଥ୍ୟକୁ ବିଜ୍ଞାପନ ଉଦ୍ଦେଶ୍ୟରେ ଫେସବୁକକୁ ସେୟାର କରିବ ନାହିଁ । ଏହି ପ୍ରାଇଭେଟ ଚାଟ ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ରହିଛି ।

ଲୋକେ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରୁଥିବାରୁ, ହ୍ୱାଟ୍ସଆପ ଜରିଆରେ ଲୋକଙ୍କୁ ପଣ୍ୟ ସାମଗ୍ରୀର ବିଜ୍ଞାପନ ଦେଖାଇବାକୁ ଯୋଜନା କରିଛି କଂପାନୀ । ଆପଣ ବିଜ୍ଞାପନ ଦେଖି ଦୋକାନୀଙ୍କ ସହ କଥା ହେଲେ ନଜର ରଖାଯିବ । ତେବେ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକକୁ ସେୟାର କରାଗଲେ ଜଣାଇ ଦିଆଯିବ ବୋଲି କହିଛି ହ୍ୱାଟ୍ସଆପ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ