ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶ୍ଚିନ୍ତକୋଇଲିରେ ଅନୁଗତଙ୍କୁ ଭେଟିଲେ ବିଜୟ: ‘ପୁଅ ଲଢ଼ିବ, ସହଯୋଗ କରନ୍ତୁ’

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ସାମିଲ୍ ହେବେ! ଗଲା କିଛିଦିନ ହେବ ଲାଗି ରହିଥିବା ଏହି ଚର୍ଚ୍ଚାକୁ ଆଜି ବଳ ଦେଇଛି ଡେରାବିଶ ବ୍ଲକ୍‌ର ବିଜୟ ଅନୁଗତ ମାନେ ଏକାଠି ହେବା। ନିଶ୍ଚିନ୍ତକୋଇଲି ବଜାରସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଜୟ ନିଜ ପୁଅ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସ‌ାରେ, ବୈଠକରେ ବିଜୟ ପୁଅର ରାଜ‌ନୈତିକ ଭବିଷ୍ୟତ ସଂପର୍କରେ ଆଲୋଚନା କରିବା ସହିତ ଅନୁଗତ ମାନଙ୍କ ସହଯୋଗ ଓ ସମର୍ଥନ ଲୋଡ଼ିଥିଲେ। ‘ଏଥର ପୁଅ ଲଢିବ, ଆପଣମାନେ ସହଯୋଗ କରନ୍ତୁ’ ବୋଲି କହିଥିଲେ। ଅନୁଗତମାନେ ବି ଏକ ସ୍ବରରେ ଆମେ ଆପଣଙ୍କ ସହିତ ରହିଛୁ, ଶେଷ ଯାଏ ରହିବୁ ବୋଲି କୁଆଡ଼େ କହିଥିବା ଚର୍ଚ୍ଚା ହେଉଛି। ଆସନ୍ତାକାଲି ଗରଦପୁରର ତଳକୁସୁମାସ୍ଥିତ ନିଜ ବାସଭବନକୁ ବିଜୟ ଗରଦପୁର ବ୍ଲକର ୧୮ଟି ଓ ମାର୍ଶାଘାଇ ବ୍ଲକ୍‌ର ୭ଟି ପଂଚାୟତର ପ୍ରମୁଖ ଅନୁଗତ ମାନଙ୍କୁ ଡାକି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ପର୍ଯ୍ୟାୟରେ ଅନୁଗତଙ୍କ ସହିତ ବିଜୟଙ୍କ ଏପ୍ରକାର ଆଲୋଚନା ପରୋକ୍ଷରେ ପୁଅ ବି‌ଜେଡିକୁ ଯିବା ବାଟକୁ ପରିଷ୍କାର କରୁଥିବା ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର