ଅପରାଧ ରାଜ୍ୟ

ନିଶା ମାଫିଆଙ୍କଠୁ ପଇସା ଖାଉଛି ପୋଲିସ ! ପୁରୀ ଜିଲ୍ଲା ଅବକାରୀ ଇନସ୍‌ପେକ୍ଟର୍‌ଙ୍କ ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର/ପୁରୀ ୦୬।୦୬: ନିଶା ମାଫିଆଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି ପୁରୀ ଜିଲ୍ଲାର ଥାନା ଅଧିକାରୀମାନେ । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଅବକାରୀ କମିସନର୍‌ଙ୍କୁ ଏଭଳି ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା। ଜୁନ୍‌ ୪ ତାରିଖରେ ସେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନର୍‌ଙ୍କ କଟକ ଠିକଣାରେ ଲେଖିଛନ୍ତି । ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, ପୁରୀ ପୁଲିସ ଏସ୍‌ପି, ପୁରୀ ଅବକାରୀ ଏସ୍‌ପିଙ୍କୁ ମଧ୍ୟ ପଠାଇଛନ୍ତି।


ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି । ସେମାନେ ଥାନା ପୋଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି। ଏହାଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି । ବିଭାଗର ଜଣେ ଦାୟିତ୍ବବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ବାର୍ଟର୍ସ, ବିନା ମେଡାଲ୍‌ରେ ହତୋତ୍ସାହିତ ଅନୁଭବ କରୁଛି। ତେଣୁ ପୁଲିସ କର୍ମଚାରୀଙ୍କ ଏ ପ୍ରକାର ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ଉଚିତ ବୋଲି ସେ ଚିଠିରେ ଦର୍ଶାଇଛନ୍ତି । ଚିଠିଟି ଏବେ ଉଭୟ ଅବକାରୀ ବିଭାଗ ଏବଂ ଓଡ଼ିଶା ପୋଲିସରେ ହଟଚମଟ ସୃଷ୍ଟି କଲାଣି। କିନ୍ତୁ ଚିଠି ସମ୍ପର୍କରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି।

ସେପଟେ ଏହି ଚିଠି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅବକାରୀ କମିଶନର ଆଶିଷ ସିଂହ । ସେ କହିଛନ୍ତି ଯେ, “ଚିଠି ସମ୍ବନ୍ଧରେ ମୋ ପାଖରେ କୌଣସି ସୂଚନା ନାହିଁ” । ନିୟମ ଅନୁସାରେ ପ୍ରଥମେ ପୁରୀ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କୁ ଯିବ ଚିଠି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।