ଦେଶ ବିଦେଶ ସ୍ୱାସ୍ଥ୍ୟ

ନିଶା ପାଇଁ ଗଲା ଜୀବନ: ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ସାନିଟାଇଜର ପିଇଗଲେ ଲୋକେ, ୭ଜଣଙ୍କ ମୃତ୍ୟୁ, ୨ କୋମାରେ

ମସ୍କୋ ୨୨/୧୧ : ନିଶା ଅଭ୍ୟାସ ଅତ୍ୟନ୍ତ କ୍ଷତିକାରକ। ନିଶା ଅଭ୍ୟାସ କେତେ ଯେ ହାନିକାରକ ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଋଷରେ। ଋଷ ତାତିନ୍ସିକ ଜିଲ୍ଲା ତୋମତୋର ଗାଁରେ ଏକ ପାର୍ଟିର ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବା। ପାର୍ଟିରେ ମଦ ସରିଯିବାରୁ ସେଠାରେ ଉପସ୍ଥିତ ଲୋକେ ସାନିଟାଇଜର ପିଇ ଦେଇଥିଲେ। ସାନିଟାଇଜର ପିଇବା ପରେ ଲୋକଙ୍କ ଅବସ୍ଥା ବିଗିଡି ଯାଇଥିଲା। କିଛି ଲୋକ ବେହୋସ ମଧ୍ୟ ହୋଇଯାଇଥିଲେ। ବେହୋସ ହୋଇଯାଇଥିବା ଲୋକଙ୍କୁ କୌଣସି ପ୍ରକାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ କୋମାରେ ଅଛନ୍ତି। ପାର୍ଟିରେ ସାମିଲ ହୋଇଥିବା ଲୋଇ ଯେଉଁ ସାନିଟାଇଜର ପିଇଥିଲେ ସେଥିରେ ୬୯% ମିଥାନଲ ଥିଲା। ମହାମାରୀ ସମୟରେ ଏହାକୁ ହ୍ୟାଣ୍ଡ କ୍ଲିନର ହିସାବରେ ବିକ୍ରି କରାଯାଉଛି।

ଡେଲିମେଲ ରିପୋର୍ଟ ଅନୁଯାୟୀ, ଋଷ ତୋମତୋର ଗାଁରେ ଏକ ପାର୍ଟି ଚାଲିଥିବା ସମୟରେ ହଠାତ କିଛି ଲୋକେ ବେହୋସ ହୋଇଯିବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ପାର୍ଟିରେ ଲୋକେ ମଦ ଦାବି କରିଥିଲେ କିନ୍ତୁ ମଦ ଶେଷ ହୋଇଯାଇଥିଲା। ଜଣେ ବ୍ୟକ୍ତି ସାନିଟାଇଜର ବୋତଲ ନେଇ ସେଠାକୁ ଆସିଥିଲେ। ଲୋକେ ନିଶାରେ ଏମିତି ପାଗଳ ଥିଲେ ସାନିଟାଇଜର ପିଇ ଯାଇଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ୬ ଜଣଙ୍କୁ ଏୟାର କ୍ରାଫ୍ଟ ସାହାଯ୍ୟରେ ରାଜଧାନୀ ୟାକୁତ୍ସ୍କ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପରାଧିକ ମାମଲା ରୁଜ୍ଜୁ କରିଛି।

ଘଟଣା ପରେ ଋଷ ସରକାର ଲୋକଙ୍କୁ ଅପିଲ ନିଶା ପାଇଁ ସାନିଟାଇଜର ବ୍ୟବହାର ନ କରିବାକୁ ଅପିଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ଋଷରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଋଷରେ ଏବେ ସୁଦ୍ଧା ୨୦ ଲକ୍ଷ ୬୪ ହଜାର ୭୪୮ ମାମଲା ସାମ୍ନାକୁ ଆସିଛି। କରୋନା ମହାମାରୀ ଯୋଗୁଁ ୩୫ ହଜାର ୭୭୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ