ଅପରାଧ ରାଜ୍ୟ

ନିଶା ନିବାରଣ କେନ୍ଦ୍ରର ମାଲିକ ଗିରଫ, ପ୍ରଶାସନର ନିର୍ଦ୍ଦେଶ ନ ମାନି ବେଆଇନ ଭାବେ ଚଳାଇଥିଲେ କେନ୍ଦ୍ର

ବାରିପଦା, ୦୪|୦୯: ବାରିପଦା ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି ଗିରଫ । ଶନିବାର ବିଳମ୍ବିତ ରାତିରେ ଗିରଫ କଲା ଟାଉନ ଥାନା ପୋଲିସ।

ସୂଚନାନୁସାରେ, କିଛିଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ବେଆଇନ ନିଶା ନିବାରଣ କେନ୍ଦ୍ରକୁ ବନ୍ଦ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ସମସ୍ତ ଅନ୍ତେବାସୀଙ୍କୁ ସେମାନଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ ଅବନୀ ପ୍ରଶାସନିକ ନିର୍ଦ୍ଦେଶନାମାକୁ ବେଖାତିର କରି ପୁଣି ବେଆଇନ ଭାବେ କେନ୍ଦ୍ର ଚଳାଇଥିଲା । ଯାହାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାକୁ ପୋଲିସ ଗିରଫ କରି କେଶ ନମ୍ବର ୭୫୦/ ୨୦୨୨ରେ ମାମଲା ରୁଜ୍ଜୁ କରିଛି।

ସୋମବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ରବିବାର ଦିନ ଅବନୀ ପତି ଏକ ସମ୍ବାଦିକ ସମ୍ମିଳନୀ ଡାକି ଘଟଣାରେ ସଫେଇ ଦେବାକୁ ଯୋଜନା କରିଥିଲା । ହେଲେ ତା ଆଗରୁ ପୋଲିସ ତାଙ୍କୁ ଗିରଫ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।