ଭୁବନେଶ୍ବର ୯।୬: ରାଜଧାନୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଝିଅର ବେକ କାଟିଲା ପରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଘାଟିକିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଶାସକ୍ତ ଅବସ୍ଥାରେ ୫ବର୍ଷ ଝିଅର ବେକ କାଟି ହତ୍ୟା ଉଦ୍ୟମ କରିବା ପରେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସରସ୍ବତୀ ଦାସ ।
ତେବେ କେଉଁ କାରଣରୁ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାସ୍ଥଳରୁ ଅଭିଯୁକ୍ତ ସଞ୍ଜୀବ ଦାସ ଫେରାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।