ମନୋରଞ୍ଜନ

ନିର୍ମାଣ ହେଉଛି ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ମଇଦାନ’

ଜି-ଷ୍ଟୁଡିଓଜ୍, ବୋନି କପୁର, ଅରୁଣଭା ଜୟ ସେନଗୁପ୍ତ ଓ ଆକାଶ ଚାୱାଲାଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ ହେଉଛି ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ମଇଦାନ’। ଏଥିରେ ଅବଦୁଲ୍ ରହିମ୍ ଭୂମିକାରେ ଅଜୟ ଦେବଗନ୍ ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ପ୍ରିୟାମଣି, ଗଜରାଜ ରାଓ, ରୁଦ୍ରାଣୀ ଘୋଷ ଏବଂ ନିତାଂଶୀ ଗୋଏଲ୍।

କିଛିଦିନ ତଳେ କୋଭିଡ୍-୧୯ରେ ଆକ୍ରାନ୍ତ ଥିବା ଅମିତ୍ ରବିନ୍ଦରନାଥ ଶର୍ମା ଏବେ ଆରୋଗ୍ୟ ହେଇଛନ୍ତି। ସେ କହିଛନ୍ତି ଏଇ ଚଳଚ୍ଚିତ୍ର ତିଆରି କରିବା ପୂର୍ବରୁ ପ୍ରଡକ୍ସନ୍‌ ହାଉସ୍ ତରଫରୁ ସାରା ବିଶ୍ବର ପ୍ରଖ୍ୟାତ ଫୁଟବଲ ଖେଳାଳିମାନଙ୍କୁ ଆମନ୍ତ୍ରଣ କରାଯାଇଛି। ସେମାନେ ‘ମଇଦାନ’ ଚଳଚ୍ଚିତ୍ରରେ ସେମାନଙ୍କ ଫୁଟବଲ ଖେଳର ଉତ୍କୃଷ୍ଟ ପ୍ରଦର୍ଶନ କରନ୍ତୁ ବୋଲି ଅମିତ୍ ଯୋଜନା କରିଛନ୍ତି। ଏଥିରେ ଏକ ସିରିଜ୍ ଅଫ୍ ମ୍ୟାଚ୍ ଖେଳାଯାଉଛି ଯେଉଁଥିରେ ବିଶ୍ବର ପୃଥକ୍ ପୃଥକ୍ ଦେଶର ଖେଳାଳିମାନେ ଅଂଶଗ୍ରହଣ କରିପାରିବେ। ୟୁନିଟ୍ ପକ୍ଷରୁ ଥାଇ ଖେଳାଳିଙ୍କୁ ନେଇ ଏପ୍ରିଲ ୪ ତାରିଖରୁ ସୁଟିଂ ‌ଆରମ୍ଭ ହେଇଯାଇଛି। ଏହାପରେ ଅନ୍ୟ ଦେଶର ଖେଳାଳିଙ୍କୁ ନେଇ ସୁଟିଂ ଆରମ୍ଭ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ