ରାଜ୍ୟ ସ୍ପେଶାଲ ରିପୋର୍ଟ

ନିର୍ମାଣ ସରିବା ନାମ ନେଉନି ‘ଆମ ହସ୍ପିଟାଲ’

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୫-ଟି ‘ଆମ ହସ୍ପିଟାଲ’ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଏଥି ପାଇଁ ରାଜ୍ୟ ସରକାର ସାଢ଼େ ସା‌ତ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଫାଷ୍ଟ ରେଫରାଲ ୟୁନିଟ ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହେବ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାର ନିର୍ମାଣ କାମକୁ ରାଜ୍ୟସରକାର ଅଧିକା ପ୍ରାଧାନ୍ୟ ଦେଉଛନ୍ତି। ତେବେ ଠିକା ସଂସ୍ଥା ଯେଉଁ ଗତିରେ ନିର୍ମାଣ କରିବା କଥା କରୁ ନଥିବାରୁ ରାସ୍ତା ଓ କୋଠାବାଡ଼ି ଜୟପୁର ବିଭାଜନ ଏବେ ଚିନ୍ତାରେ। ରାଜ୍ୟସ୍ତରୀୟ ସମୀକ୍ଷାରେ ଏହି କାମ ପାଇଁ ରାଜ୍ୟସ୍ତରୀୟ ସଚିବ ମାନେ ବି ଖୁବ ବିଗୁଢ଼ୁଛନ୍ତି।

ପ୍ରକାଶଯୋଗ୍ୟ, ଡିଏଚଏଚ ୫-ଟି ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟ ସରକାର ଆନୁସଙ୍ଗିକ ଭିତ୍ତିଭୂମିର ସୁଧାର ଆଣିବା ପାଇଁ ୪କୋଟି ୮୫ଲକ୍ଷ, ରୋଗୀଙ୍କ ମୌଳିକ ଏବଂ ଅତ୍ୟନ୍ତ ଜରୁରୀ ସେବା ଓ ସୁବିଧା ଯୋଗାଇବା ପାଇଁ କୋଟିଏ ୨୦ଲକ୍ଷ ୨୦ହଜାର, ତ୍ବରିତ ସେବା ପ୍ରଦାନ କରିବା ପାଇଁ ୯୭ଲକ୍ଷ, ଗୁଣାତ୍ମକ ସେବା ଯୋଗାଇବା ପାଇଁ ୧୦ଲକ୍ଷ ଏଭଳି ସାଢ଼େ ୭କୋଟି ଅନୁଦାନ ଦେଇସାରିଛି। ଏଥି‌ରେ ସଂପ୍ରତି ଚିକିତ୍ସାଳୟର ମରାମତି, ସାଜସଜ୍ଜା, ପୁରୁଷ ମହିଳା ଓ ଭିନ୍ନକ୍ଷମମାନଙ୍କ ପାଇଁ ଶୌଚାଳୟ, ଉନ୍ନତ କିସମର ବଗିଚା, ଚତୁର୍ଦ୍ଦିଗ ଆବଦ୍ଧ ପାଇଁ ପ୍ରାଚୀର, ପାୱାର ବ୍ୟାକଅପ୍, ସୋଲାର ଲାଇଟ୍, ଯାନବାହାନ ପାର୍କିଂ ବ୍ୟବସ୍ଥା, ମୁଖ୍ୟ ଦ୍ୱାର ଉନ୍ନତୀକରଣ, ମେଡିକାଲ ପରିସର ଆଲୋକୀକରଣ, ଟ୍ରାନ୍ସଫରମର ସ୍ଥାପନ, ବର୍ଜ୍ୟବସ୍ତୁ ଭିତ୍ତିଭୂମିର ସୁଦୃଢ଼ୀକରଣ, ପରିସରରେ ଗରମ ଓ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଲୁଗା ଶୁଖାଇବା ପାଇଁ ସ୍ୱତନ୍ତ୍ର ସ୍ଥାନ କରାଯାଇଛି।

ସେଭଳି ବଡ ଏଲଇଡି ଲଗାଯାଇଛି। ଏହା ସହ ଟିକେଟ ପଂଜୀକରଣ କେନ୍ଦ୍ର ଗୁଡିକର ସଂପୁର୍ଣ୍ଣ ରୁପାନ୍ତରଣ  କରାଯାଇଛି। ଯେ କୌଣସି ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନାକୁ ଆସିଲେ ସୁବିଧାରେ ବିଭିନ୍ନ ୱାର୍ଡ, ଡାକ୍ତରଙ୍କ ନିକଟକୁ ଯିବା ପାଇଁ ସୁବ୍ୟବସ୍ଥିତ କରି ବୋର୍ଡ ଗୁଡିକ ଲଗାଯିବା ପାଇଁ ଯୋଜନା ରହିଛି। ଏହାରି ମଧ୍ୟରେ ରାସ୍ତା ଓ କୋଠାବାଡ଼ି ଜୟପୁର ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣୀ ଡିପିଆର ଓ ଡିଜାଇନ୍ ଅନୁଯାୟୀ ସବୁ କାମର ତଦାରଖ କରିଥିଲେ। ବଳକା ଥିବା ସବୁ କାମକୁ ତୁରନ୍ତ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଆମ ହସ୍ପିଟାଲ ଓ ୭ମହଲା ଡିଏଚଏଚର ସଂପୁର୍ଣ୍ଣ ନିର୍ମାଣ ସରିଲେ ଭିତ୍ତିଭୂମିରେ ସଂପୁର୍ଣ୍ଣ ସୁଧାରଆସିବ। ଆନୁସଙ୍ଗିକ ସେବା ଯୋଗାଇବା କ୍ଷେତ୍ରରେ  ଡାକ୍ତର ଓ ବୈଷୟିକ କର୍ମଚାରୀଙ୍କୁ ସହ‌‌ଜ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।