ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିର୍ମାଣାଧୀନ ଗଙ୍ଗାପୋଲ ଦ୍ବିତୀୟ ବାର ଭୁଶୁଡ଼ିଲା

ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମିତ ଏକ ପୋଲ ରବିବାର ଭୁଶୁଡି ପଡିଛି। ବର୍ଷକ ତଳେ ଏହାର ଗୋଟିଏ ସ୍ଲାବ୍ ମଧ୍ୟ ଭୁଶୁଡି ପଡିଥିଲା। ଖଗଡ଼ିଆର ଆଗୁୱାନି-ସୁଲତାନଗଞ୍ଜ ମଧ୍ୟରେ ଗଙ୍ଗା ନଦୀ ଉପରେ ୧୭୦୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିଲା। କିନ୍ତୁ ଏହି ସେତୁ ନିର୍ମାଣ ଦୁର୍ନୀତିର ଶିକାର ହେବା ଫଳରେ ବର୍ଷକ ବ୍ୟବଧାନରେ ଏହା ଦୁଇଥର ଭୁଶୁଡ଼ିଲାଣି। ସେତୁର ତିନୋଟି ସ୍ତମ୍ଭ ମଧ୍ୟ ନଦୀରେ ବୁଡ଼ିଯାଇଛି। ସରକାର ଓ ସମ୍ପୃକ୍ତ ବିଭାଗ ଏହାର ଏକ ଯାଞ୍ଚ କରାଇବାକୁ ଘୋଷଣା କରିଛନ୍ତି। ସ୍ଥାନୀୟ ଲୋକମାନେ ସେତୁ ଭୁଶୁଡ଼ିବା ସମୟର ଏକ ଭିଡିଓ କରିଥିଲେ। ଦ୍ୱିତୀୟ ଥର ପାଇଁ ସେତୁ ଭୁଶୁଡିବା ଘଟଣାକୁ ନେଇ ନୀତୀଶ କୁମାର ସରକାର ସମାଲୋଚନାର ଶିକାର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଗୁୱାନି-ସୁଲତାନଗଞ୍ଜ ରାସ୍ତାରେ ଗଙ୍ଗା ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଉଥିଲା। ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ହଠାତ୍ ପୋଲଟି ଭୁଶୁଡି ପଡିଲା। ସନ୍ଧ୍ୟା ପରେ କାମ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ସେତୁରେ କୌଣସି ଶ୍ରମିକ ନ ଥିଲେ। ନ ହେଲେ ଅନେକ ଶ୍ରମିକ ବି ସଲିଳସମାଧି ଲଭିଥାନ୍ତେ। ପୋଲଟି ତାସଘର ପରି ଭାଙ୍ଗି ଗଙ୍ଗା ଜଳରେ ପଡିବା ସମୟରେ ନଦୀରେ ଅନେକ ଫୁଟ ଉଚ୍ଚର ତରଙ୍ଗ ଉଠିଥିଲା। ରାସ୍ତା କଡ଼ରେ ଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଗତବର୍ଷ ବି ଏହି ପୋଲ ଭୁଶୁଡ଼ିଥିଲା ଓ ପରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସେତୁ ନିର୍ମାଣ ପାଇଁ ଚୁକ୍ତିନାମା ଏସ୍‌ପି ସିଙ୍ଗଲା କମ୍ପାନୀ ସହିତ ଅଛି। ୨୦୧୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାର ନିର୍ମାଣ ୨୦୧୫ରୁ ଆରମ୍ଭ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ