ରାଜ୍ୟ

ନିର୍ବାଚନ ୨୦୨୪: ବିଜେପି ଛାଡ଼ି‌ଲେ ରବି ପାଣି, ଭାଗୀରଥି

ଅନୁଗୁଳ: ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ରବି ନାରାୟଣ ପାଣି ଓ ଭ‌ାଗୀରଥି ପ୍ରଧାନ। ଗୋଟିଏଦିନରେ ଅନୁଗୁଳର ଏହି ଦୁଇନେତା ଦଳ ଛାଡ଼ିଥିଲାବେଳେ କୁଆଡ଼େ ଯିବେ ତା’ ସ୍ପଷ୍ଟ କରିନାହାନ୍ତି। ରବି ନାରାୟଣ ପାଳଲହଡ଼ାରୁ ଓ ଭାଗୀରଥି ପ୍ରଧାନ ଆଠମଲ୍ଲିକରୁ ଟିକେଟ ପାଇଁ ଆଶାୟୀ ଥିଲେ। ସେମାନଙ୍କୁ ଟିକେଟ ମିଳି ନଥିବାରୁ ସେମା‌ନେ ଦଳ ଛାଡ଼ିଥିବା ଅନୁମାନ କରାଯାଉଛି।

୨୦୦୯ ମସିହାରେ ପୂର୍ବତନ ଦେବଗଡ଼ ସାଂସଦ ରବି ନାରାୟଣ ପାଣି ପାଳଲହଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢ଼ି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରିଥିଲେ। ପରେ ସରକାରଙ୍କ ମୁଖ୍ୟ ସଚେତକ ପଦ ତାଙ୍କୁ ମିଳିଥିଲା। କିନ୍ତୁ ଦଳ ତାଙ୍କୁ ୨୦୧୪ ଓ ୨୦୧୯ରେ ଟିକେଟ ଦେଇ ନଥିଲା। ଫଳରେ, ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଚଳିତ ନିର୍ବାଚନ‌ରେ ପାଳଲହଡ଼ାରୁ ଟିକେଟ ପାଇଁ ଆଶାୟୀ ଥିଲେ। ମାତ୍ର, ଟିକେଟ ନମିଳିବାରୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କ ପରି ବରିଷ୍ଠ ଓ କର୍ମଠ ଲୋକଙ୍କୁ ଦଳରେ ବସାଇ କୌଣସି କାମ ନ ‌ଦେବା ତାଙ୍କୁ ଆଘାତ ଦେଇଥିବା ସେ ଇସ୍ତଫାପରେ ପ୍ରତିକ୍ରିୟାରେ କହିଛନ୍ତି। ଏଥିସହିତ, ଅନ୍ୟ ଦଳକୁ ଯିବା ନେଇ ଏଯାଏ କୌଣସି ଚିନ୍ତା କରିନଥିବା ସ୍ପଷ୍ଟ କରିଛନ୍ତି।

ଏପଟେ ଆଠମଲ୍ଲିକରୁ ଗତ ୩ଟି ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଭାଗୀରଥି ପ୍ରଧାନ ଆଜି ରାଜ୍ୟ ସଭାପତିଙ୍କୁ ଭେଟି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କର ଆବଶ୍ୟକତା ନ ଥିବା ଅନୁଭବ କରି ସେ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାଗୀରଥି ବିଜେପିର ଜିଲ୍ଲା ସଭାପତି ଭାବେ କାମ କରିବା ସହ ଆଠମଲ୍ଲିକ ବିଧାନସଭା‌ ଆସନରେ ଗତଥର ପ୍ରାର୍ଥୀ ହୋଇ ପାଖାପାଖି ୪୦ ହଜାର ଭୋଟ ନେଇଥିଲେ। ଏବେ ସେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାମ କରୁଥିଲେ। ତେବେ, ସଂଜୀବ ସାହୁ ବିଜେପିରେ ମିଶିବା ପରେ ତାଙ୍କ ଭୂମିକା ଗୌଣ କରି ଦିଆଯାଇଥିଲା। ସଂଜୀବଙ୍କୁ ଟିକେଟ ମିଳିବା ପରେ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।