ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ହେଲେ କେନ୍ଦ୍ର ସରକାର ଏଯାଏ ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ଦେଇନାହାନ୍ତି। କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ଟାଳଟୁଳ ନୀତି ପୂରା ଧାନ କିଣା ପ୍ରକ୍ରିୟାକୁ ବିପଦକୁ ଠେଲି ଦେଇଛି। ଅନ୍ୟପକ୍ଷରେ ଧାନ କିଣା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ବି ବିବାଦମୁକ୍ତ ନୁହେଁ। ମାଳ ମାଳ ଅଭିଯୋଗ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏହା ଭିତରେ ଯେଉଁ ପ୍ରସଙ୍ଗଟି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ତାହା ହେଲା, ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବାରେ ବିଳମ୍ବ କରୁଛନ୍ତି। ଏହି କାରଣରୁ ନବରଙ୍ଗପୁର, କୋରାପୁଟ, ସୁନ୍ଦରଗଡ଼, ଯାଜପୁର, ବାଲେଶ୍ବର ଏପରିକି ରାଜଧାନୀ ଉପକଣ୍ଠ ବାଲିପାଟଣା, ବାଲିଅନ୍ତାରେ କ୍ଷୁଦ୍ର ଚାଷୀ ୧୧୦୦ରୁ ୧୩୦୦ ଟଙ୍କାରେ ଦଲାଲ, ଧାନ ବ୍ୟବସାୟୀ ଅଥବା ମିଲ୍ ମାଲିକଙ୍କୁ ଧାନ ବିକିବା ଆରମ୍ଭ କଲେଣି।
କୋରାପୁଟ ଜିଲ୍ଲାରେ ନଭେମ୍ବର ୧୫ରୁ ଅମଳ ପରେ ଧାନ କାଟି ବିକ୍ରି ପାଇଁ ପ୍ରସ୍ତୁତ ହେଉଥିଲେ ଚାଷୀ। ଦାବି କରୁଥିଲେ ଯେ ଡିସେମ୍ବର ୧ରୁ ମଣ୍ଡି ଖୋଲି ଦିଆଯାଉ। ମାତ୍ର ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ନଦେଇ ଡିସେମ୍ବର ୧୫ରେ ଖୋଲିବା ପାଇଁ ଘୋଷଣା କରିଛି। ବଡ଼ ଚାଷୀ ଧାନ ସଂରକ୍ଷଣ ବ୍ୟବସ୍ଥା କରି ରଖିଥିଲେ ମଧ୍ୟ ଜୟପୁର, କୁନ୍ଦୁରା, ବୋରିଗୁମ୍ମାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ସ୍ଥାନୀୟ ବ୍ୟବସାୟୀଙ୍କୁ କମ ଦରରେ ଧାନ ବିକ୍ରି ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ରହିଛି। ନଭେମ୍ବର ଦ୍ବିତୀୟ ଏବଂ ତୃତୀୟ ସପ୍ତାହରେ ଧାନ କାଟି ମଣ୍ଡି ଖୋଲିବାକୁ ଅପେକ୍ଷା କରିଥିବା ଚାଷୀଙ୍କ ଠାରୁ ୧୩୦୦ରୁ ୧୪୦୦ ଟଙ୍କାରେ ଦଲାଲ ଧାନ କିଣି ନେଇଛନ୍ତି। ଝରିଗାଁ, ରାଇଘର, ଡାବୁଗାଁ, ପାପଡ଼ାହାଣ୍ଡିର ଗରିବ ଆଦିବାସୀ ଚାଷୀ ବେଶି ଶୋଷଣର ଶିକାର ହେଉଛନ୍ତି। ଏପରିକି କିଛି ଦିନ ପୂର୍ବରୁ ଛତିଶଗଡ଼ ଚେକପଏଣ୍ଟରେ ସ୍ଥାନୀୟ ଧାନ ମିଳିବା ପରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତିବର୍ଷ ଏହି ଜିଲ୍ଲାରେ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲିଥାଏ। ଚଳିତ ବର୍ଷ ୧୦ ତାରିଖରେ ଖୋଲୁଥିବାରୁ ଚାଷୀ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

ରାଜ୍ୟରେ ସକ୍ରିୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ବ୍ୟବସାୟୀ
ବରଗଡ଼ରେ ଟୋକନ ଚିନ୍ତା, ସମ୍ବଲପୁର ମଣ୍ଡିରେ ପଡ଼ିଛି ଧାନ
ଏପଟେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସୁନ୍ଦରଗଡ଼ରେ ଆସନ୍ତା ୧୫ ତାରିଖରେ ମଣ୍ଡି ଖୋଲିବ। କିନ୍ତୁ ବର୍ତ୍ତମାନ ଠାରୁ ହେମଗିରି, ବାଲିଶଙ୍କରା, ସବଡେଗା, ଲେଫ୍ରିପଡ଼ା, ଟାଙ୍ଗରପାଲିର ଛୋଟ ଚାଷୀ ୧୩୦୦ରୁ ୧୪୦୦ ଟଙ୍କାରେ ଧାନ ବିକ୍ରି କରିବା
ଆରମ୍ଭ କଲେଣି। ଯାଜପୁର ଜିଲ୍ଲାରେ ଜାନୁଆରି ୪ରେ ଧାନ ସଂଗ୍ରହ ଆରମ୍ଭ ହେବ। ଏହାର ଲାଭ ଉଠାଇ ନଭେମ୍ବର ଶେଷ ସପ୍ତାହରୁ ଜିଲ୍ଲାର କୋରେଇ, ସୁକିନ୍ଦା, ଦାନଗଦି, ଧର୍ମଶାଳାରୁ ଏମ୍ଏସ୍ପି ଠାରୁ ଅତି କମ ଦରରେ ଧାନ ବିକ୍ରି ହେଲାଣି। ସ୍ଥିତି ଏଭଳି ହେଲାଣି ଯେ ମଣ୍ଡି ଖୋଲିବାବେଳକୁ ମିଲ୍ ମାଲିକମାନେ କାଗଜପତ୍ରରେ ଅଣ୍ଡରରେଟ ଧାନ ଦେଖାଇ ଧାନ ସଂଗ୍ରହ ବ୍ୟବସ୍ଥାର ଲାଭ ଉଠାଇବେ। ବାଲେଶ୍ବର ଜିଲ୍ଲାର ବାଲିଆପାଳ, ବାଲିଆପଟା ଏବଂ ବାହାନଗା ବ୍ଲକରେ ବ୍ୟବସାୟୀ ଏମ୍ଏସ୍ପି ଠାରୁ କମ ଦରରେ ଚାଷୀଙ୍କ ଠାରୁ ଧନ କ୍ରୟ କରିବା ନେଇ କିଛି ଦିନ ପୂର୍ବରୁ ଜଣାପଡ଼ିଥିଲା। ଜିଲ୍ଲାରେ ୨୦ ତାରିଖରେ ମଣ୍ଡି ଖୋଲିବ। ଏହାର ଫାଇଦା ଉଠାଇ ପଶ୍ଚିମବଙ୍ଗ ବ୍ୟବସାୟୀମାନେ କିଛି ଦିନ ହେଲା ଜିଲ୍ଲାରେ ସକ୍ରିୟ ଅଛନ୍ତି।
ଖୋର୍ଧା ଜିଲ୍ଲାରେ ଆସନ୍ତା ୩୦ ତାରିଖରେ ମଣ୍ଡି ଖୋଲୁଥିବାରୁ ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ଏବଂ ବାଲିପାଟଣାରେ କଟା ସରିଥିବା ଧାନ ବିକ୍ରି ଆରମ୍ଭ ହୋଇଛି। ଅପରପକ୍ଷରେ ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ପାଖାପାଖି ଗୋଟିଏ ମାସ ବିଳମ୍ବରେ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ୬ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ାରେ ୪୭ ହଜାର ୬୭୦ ଚାଷୀଙ୍କ ୨୩ ଲକ୍ଷ ୭୨ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ସରିଛି। ବିଳମ୍ବିତ ଧାନ ସଂଗ୍ରହ ଯୋଗୁଁ ସେଠାରେ ଦଲାଲ ଏବଂ ମିଲମାଲିକ ଏମ୍ଏସ୍ପିକୁ ଫାଙ୍କି ଅଳ୍ପ ଦରରେ ଧାନ କ୍ରୟ କରିଥିଲେ। ବର୍ତ୍ତମାନ ସ୍ଥିତିରେ ମଧ୍ୟ ବରଗଡ଼ ଜିଲ୍ଲାରେ ବିକ୍ରି ପାଇଁ ପ୍ରସ୍ତୁତ ଚାଷୀଙ୍କୁ ଟୋକନରେ ଜାନୁଆରି ତାରିଖ ପଡ଼ିଛି। ଏହାକୁ ନେଇ କିଛି ଦିନ ପୂର୍ବରୁ ଅତାବିରା ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ସ୍ଥିତ ମଣ୍ଡିରେ ଧାନ ବିକ୍ରି ନହୋଇ ପଡ଼ି ରହିଛି। ଧାନ ମଣ୍ଡି ଖୋଲିବା ପୂର୍ବରୁ ଖଳାରୁ ଏମ୍ଏସ୍ପି ଠାରୁ ଧାନ ବିକ୍ରି ଚଳିତ ବର୍ଷ ପ୍ରଥମ ନୁହେଁ। କିମ୍ବା ନିର୍ଦ୍ଦିଷ୍ଟ ଉପରୋକ୍ତ ଜିଲ୍ଲାମାନଙ୍କରେ ଏହା ହେଉ ନାହିଁ। ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବା ପୂର୍ବରୁ ହିଁ କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀ ଏମ୍ଏସ୍ପି ଠାରୁ ସ୍ବଳ୍ପ ଦରରେ ଚାଷୀ ଧାନ ବିକ୍ରି କରିଥାଏ। ଚଳିତ ବର୍ଷ ଏହା ଜଟିଳ ହୋଇଛି। ଧାନ ବିକ୍ରି ବେଳେ ଚାଷୀ ଯେଉଁ ଦହଗଞ୍ଜ ହେଉଛି ଏହି ସମସ୍ୟା ଆଗାମୀ ଦିନରେ ଆହୁରି ବଢ଼ିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l