ଦେଶ ବିଦେଶ ମନୋରଞ୍ଜନ

ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ବଢିଲା ଅଡୁଆ, ଫିଲ୍ମରେ ଅଶ୍ଲୀଳ ଦୃଶ୍ୟକୁ ନେଇ ମାମଲା ରୁଜୁ

ମୁମ୍ବାଇ ୨୪।୦୨ : ବଢ଼ିଲା ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଅଡ଼ୁଆ। ମହେଶଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନର ଅଲଗା ଅଲଗା ଧାରାରେ ମାମଲା ରୁଜୁ କରାଯାଇଛି। ମହେଶ ମଞ୍ଜରେକର ତାଙ୍କର ଆଗାମୀ ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ କାରଣରୁ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି। ଏହି ଫିଲ୍ମରେ ନାବାଳକଙ୍କ ସହ ଅଶ୍ଳୀଳ ଦୃଶ୍ୟ ଦେଖାଇବା ନେଇ ଅଭିଯୋଗ ହୋଇଛି। ଯେଉଁ କାରଣରୁ ମହେଶଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସୋ ଧାରା ୧୪ ଏବଂ ଆଇଟି ଧାରା ୬୭ ଓ ୬୭-ବି ଆଧାରରେ ମାମଲା ରୁଜୁ କରାଯାଇଛି। କୋର୍ଟ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହେଶଙ୍କ ଏହି ଫିଲ୍ମରେ ପିଲାମାନଙ୍କୁ ଆପତ୍ତିଜନକ ସିନର ଶୁଟ୍ କରିବା ନେଇ ଅଭିଯୋଗ କରାଯାଇଥିଲା। ଏ ନେଇ ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ତଦନ୍ତ କରିବାକୁ ସ୍ଥାନୀୟ ପୋଲିସ୍‌ ନିର୍ଦ୍ଦେଶ ଦେଇଥିଲେ। ଏହି ତାଲିକାରେ ନିର୍ଦ୍ଦେଶକ ଓ ଅଭିନେତା ମହେଶ ମଞ୍ଜରେକରଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ର ଟ୍ରେଲର୍ ରିଲିଜ୍ ହେବା ପରେ ଏହାର କଣ୍ଟେଟକୁ ନେଇ ଆପତ୍ତି ହୋଇଥିଲା। ଟ୍ରେଲରରେ ଦେଖାଯାଇଥିବା ଶିଶୁ ଓ ମହିଳାଙ୍କ ଯୌନ ଦୃଶ୍ୟକୁ ନେଇ ଖୁବ୍ ବିବାଦ ହୋଇଥିଲା। ଏ ନେଇ ଦୁଇଟି ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହା ପରେ ମହେଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା।

ମହେଶ ମଞ୍ଜରେକରଙ୍କ ଏହି ଫିଲ୍ମର ଟ୍ରେଲର ଓ ଟିଜର ଜାନୁଆରୀ ୧୪ରେ ରିଲିଜ୍ ହୋଇଥିଲା, ଯେଉଁଥିରେ ଫିଲ୍ଡର ଲିଡ୍ ରୋଲରେ ଥିବା କଶ୍ମୀରା ଶାହ ଏକ ପିଲା ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେନ୍ସର୍ ବୋର୍ଡ ତରଫରୁ ଏହି ଫିଲ୍ମକୁ ‘ଏ’ ସାର୍ଟିଫିକେଟ୍‌ ଦିଆଯାଇଛି। ଫିଲ୍ମର କାହାଣୀ ମିଲ୍ ଶ୍ରମିକ ଓ ସେମାନଙ୍କ ଧର୍ମଘଟ ଉପରେ ଆଧାରିତ ବୋଲି କୁହାଯାଉଛି। ଜାତୀୟ ମହିଳା କମିଶନ ମଧ୍ୟ ଏହି ଫିଲ୍ମକୁ ଗୁରୁତର ସହ ନେଇଛନ୍ତି ଏବଂ କହିଛନ୍ତି ଯେ ଯେଉଁ ଅଭିଭାବକମାନେ ପିଲାମାନଙ୍କୁ ଏଭଳି ଫିଲ୍ମରେ କାମ କରିବାକୁ ଅନୁମତି ଦେଉଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ