ମନୋରଞ୍ଜନ

ନିର୍ଦ୍ଦେଶକଙ୍କ ନାଁରେ ଫେକ୍ ଆଇଡି କରି ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍, ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ ୩୦/୦୮ : ବଙ୍ଗୀୟ ଅଭିନେତ୍ରୀ ପାୟଲ ସରକାରଙ୍କୁ ଜଣେ ବ୍ୟକ୍ତି ଫେକ୍ ଆଇଡି ତିଆରି କରି ଅଭିନୟରେ ସୁଯୋଗ ଦେବା ନାମରେ ଖରାପ ପ୍ରସ୍ତାବ ଦେବାର ମାମଲା ସାମ୍ନାକୁ ଆସିଛି। ପାୟଲ ସରକାର ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ଚାଟ୍ କରିଥିବା ବ୍ୟକ୍ତି ନିଜକୁ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରବି କିନାଗି ବୋଲି କହିଥିଲେ। ଏହି ବ୍ୟକ୍ତି ନିର୍ଦ୍ଦେଶକ ରବି କିନାଗୀଙ୍କ ନାମରେ ଫେସବୁକରେ ଏକ ନକଲି ଆଇଡି ତିଆରି କରିଥିଲେ । ଏହି ମାମଲା ପରେ ବଙ୍ଗୀୟ ଅଭିନେତ୍ରୀ କୋଲକାତା ପୋଲିସର ସାଇବର ସେଲରେ ଅଭିଯୋଗ କରିଛନ୍ତି।

ପାୟଲ ବଙ୍ଗଳା ସିରିଏଲର ଜଣେ ପ୍ରସିଦ୍ଧ ଅଭିନେତ୍ରୀ, ସୋସିଆଲ ମିଡିଆରେ ତାଙ୍କର ବଡ଼ ଫ୍ୟାନ୍‌ ଫଲୋଇଙ୍ଗ୍ ଅଛନ୍ତି। ଯେତେବେଳେ ସେ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରବି କିନାଗୀଙ୍କ ନାମରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପାଇଥିଲେ, ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ । ଅଭିନେତ୍ରୀ ବହୁତ ଖୁସି ଥିଲେ ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସିରିଏଲ ଜଗତକୁ ବଦଳାଇଥିବା ନିର୍ଦ୍ଦେଶକ ରବି କିନାଗୀ ତାଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇ ମେସେଜ କରୁଛନ୍ତି ।

ମେସେଞ୍ଜରରେ ଦୁହିଁଙ୍କର ବାର୍ତ୍ତାଳାପ ହୋଇଥିଲା କିନ୍ତୁ ମଝିରେ ହଠାତ୍ ବ୍ୟକ୍ତି ଜଣକ ଫିଲ୍ମ ବଦଳରେ ଆପୋଷ ବୁଝାମଣା ବିଷୟରେ ପଚାରିଥିଲେ ଏବଂ ତାଙ୍କୁ ଅଶ୍ଳୀଳ ମେସେଜ୍ ଦେଇଥିଲେ । ଏହା ଜାଣି ପାୟଲ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲେ । ପାୟଲ ସେହି ବ୍ୟକ୍ତିଙ୍କ ସମସ୍ତ ସ୍କ୍ରିନସଟ୍ ନିଜ ଫେସବୁକରେ ପୋଷ୍ଟ କରିଥିଲେ, ଯାହା ପରେ ଅନେକ ଲୋକ ସନ୍ଦେହ କରି ସେହି ଆଇଡି କୁ ଫେକ୍ ବୋଲି କହିଥିଲେ। ଏହା ପରେ ପାୟଲ ତୁରନ୍ତ ମେଲ ମାଧ୍ୟମରେ ସାଇବର ସେଲରେ ଅଭିଯୋଗ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ