ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ନିରାପତ୍ତା ବଳ ସହ ଗୁଳି ବିନିମୟ କରି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ରେ ୩ ଆତଙ୍କବାଦୀ ନିହତ

ବଡ଼ଗାମ୍: ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ ଅନ୍ତର୍ଗତ ଜୋଲ୍‌ୱା କ୍ରାଲ୍‌ପୋରା ଚାଦୂରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିରାପତ୍ତା ବଳଙ୍କ ସହ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି କଶ୍ମୀର ଆଇ.ଜି.ପି. ବିଜୟ କୁମାର କହିଛନ୍ତି।

ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଭଳି ମାରାତ୍ମକ ସାମଗ୍ରୀ ଉଦ୍ଧାର କରାଯାଇଛି। ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଥିବା କଥା ଆଇ.ଜି.ପି. ସୂଚନା ଦେଇଛନ୍ତି।

ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି: ବଡ୍‌ଗାମ୍‌ ଏନ୍‌କାଉଣ୍ଟର୍‌ ସଂକ୍ରାନ୍ତ ସଦ୍ୟତମ ସୂଚନା: ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ। ସେମାନଙ୍କର ପରିଚୟ ଏବଂ ସଙ୍ଗଠନ ବିଷୟରେ ଜାଣିବାକୁ ଉଦ୍ୟମ ଚାଲିଛି। ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସମେତ ବହୁ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି।


ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ପୁଲିସ ଓ ନିରାପତ୍ତା ବଳଙ୍କ ମିଳିତ ଟିମ୍‌ ସମ୍ପୃକ୍ତ ଅଞ୍ଚଳକୁ ଘେରି ଯାଇ ତଲାସ ଆରମ୍ଭ କରିଥିଲେ। ନିରାପତ୍ତା ବଳ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସ୍ଥାନର ନିକଟବର୍ତ୍ତୀ ହେବାକ୍ଷଣି ସେମାନେ ଭୀଷଣ ଗୁଳି ଚଳାଇଲେ। ବାଧ୍ୟ ହୋଇ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ