କଳା ଓ ସଂସ୍କୃତି ଧର୍ମ ଶିକ୍ଷା ଓ ନିଯୁକ୍ତି

ନିରଞ୍ଜନୀ ଆଖଡ଼ା: ଯେଉଁଠି ସାଧୁମାନେ ଉଚ୍ଚ ଶିକ୍ଷିତ ଓ ବିଦ୍ୱାନ, କିଏ ଡାକ୍ତର ତ କିଏ ପ୍ରଫେସର

ହରିଦ୍ୱାର ୧୬/୦୪ : ହରିଦ୍ୱାରରେ ଚାଲିଛି ମହାକୁମ୍ଭ ମେଳା। କୁମ୍ଭରେ ଅନେକ ଆଖଡ଼ାର ସାଧୁ ସନ୍ଥଙ୍କ ସମାଗମ। ତେବେ ଏହି ସାଧୁମାନେ ଦେଶରେ ୧୩ ପ୍ରମୁଖ ଆଖଡ଼ାର ସଦସ୍ୟ। ନିରଞ୍ଜନୀ ଆଖଡ଼ା ହେଉଛି ଦେଶର ପ୍ରମୁଖ ଆଖଡ଼ା । ଜୁନା ଆଖଡ଼ା ପରେ ନିରଞ୍ଜନୀ ଆଖଡ଼ାକୁ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଇଥାଏ। ତେବେ ନିରଞ୍ଜନୀ ଆଖଡ଼ାର ବିଶେଷ ପରିଚୟଟି ହେଲା ଏହି ଆଖଡ଼ାରେ ସବୁଠାରୁ ଶିକ୍ଷିତ ସାଧୁ ଅଛନ୍ତି। ଏପରିକି ସେହି ତାଲିକାରେ ଅଛନ୍ତି ଡାକ୍ତର, ପ୍ରଫେସର ଓ ପ୍ରଫେସନାଲ ।

ନିରଞ୍ଜନୀ ଆଖଡ଼ା ହଜାର ବର୍ଷ ପୁରୁଣା ବୋଲି କୁହାଯାଏ। ୯୦୪ ଖ୍ରୀଷ୍ଟାବ୍ଦରେ ବିକ୍ରମ ସମ୍ବତ କାର୍ତିକ କୃଷ୍ଣପକ୍ଷ ସୋମବାର ଦିନ ଗୁଜରାଟର ମାଣ୍ଡବୀରେ ସ୍ଥାପନା ହୋଇଥିଲା। ମହନ୍ତ ଅଜି ଗିରି, ମୌନି ସରଜୁନାଥ ଗିରି, ପୁରୁଷୋତ୍ତମ ଗିରି, ହରିଶଙ୍କର ଗିରି, ଜଗଜୀବନ ଭାରତୀ, ଅର୍ଜୁନ ଭାରତୀ, ଜଗନ୍ନାଥ ପୁରୀ, ସ୍ୱଭାବ ପୁରୀ, ନାରାୟଣ ପୁରୀ ମିଶି ଆଖଡ଼ାର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଆଖଡ଼ାର ମୁଖ୍ୟାଳୟ ତୀର୍ଥରାଜ ପ୍ରୟାଗରେ ରହିଛି। ହରିଦ୍ୱାର, ତ୍ର୍ୟମ୍ବକେଶ୍ୱର, ଉଜ୍ଜେନ, ଉଦୟପୁରରେ ମଧ୍ୟ ଆଖଡ଼ାର ଆଶ୍ରମ ଅଛି।

ଏକ ରିପୋର୍ଟ ଅନୁଯାୟୀ, ଶୈବ ପରମ୍ପରାର ନିରଞ୍ଜନୀ ଆଖଡ଼ାର ପ୍ରାୟ ୭୦ ପ୍ରତିଶତ ସାଧୁ ଉଚ୍ଚ ଶିକ୍ଷିତ। ଏମାନଙ୍କ ମଧ୍ୟରୁ କିଛି ଡାକ୍ତର, କିଛି ଓକିଲ, ପ୍ରଫେସର, ଆଚାର୍ଯ୍ୟ, ସଂସ୍କୃତ ବିଦ୍ୱାନ ସାମିଲ ଅଛନ୍ତି। ଆଖଡ଼ାର ଜଣେ ସନ୍ଥ ସ୍ୱାମୀ ଆନନ୍ଦଗିରି ନିଟ କ୍ୱାଲିଫାଏଡ୍। ସେ ଆଇଆଇଏମରେ ପ୍ରଫେସର ଥିଲେ। ବର୍ତ୍ତମାନ ସେ ବନାରସରେ ପିଏଚଡି କରୁଛନ୍ତି।


ଆଖଡ଼ାର ମହାମଣ୍ଡଳେଶ୍ୱର ହେବାକୁ କୌଣସି ନିଶ୍ଚିତ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ। ଏହି ଆଖଡ଼ାରେ ମହାମଣ୍ଡଳେଶ୍ୱର ହେବାକୁ ବ୍ୟକ୍ତିଙ୍କୁ ବୈରାଗ୍ୟ ଆପଣାଇବା ସହ ସନ୍ୟାସୀ ହେବା ଜରୁରୀ। ମହାମଣ୍ଡଳେଶ୍ୱରଙ୍କର ଘର-ପରିବାର ସହ ସମ୍ବନ୍ଧ ନଥିବା ଦରକାର। ତେବେ ଏଥିପାଇଁ ବୟସର କିଛି ବନ୍ଧନ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏହି ପଦବୀ ମିଳେ ତାଙ୍କର ସଂସ୍କୃତ, ବେଦ-ପୁରାଣ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଥିବା ଦରକାର। ସେ ପ୍ରବଚନ ମଧ୍ୟ ଦେଇପାରୁଥିବେ। ଜଣେ ବ୍ୟକ୍ତି ବାଲ୍ୟକାଳରେ ଅଥବା ଚତୁର୍ଥ ଚରଣ ଅର୍ଥାତ ବାନପ୍ରସ୍ଥଆଶ୍ରମରେ ମହାମଣ୍ଡଳେଶ୍ୱର ହୋଇପାରିବେ। ଏଥିପାଇଁ ଆଖଡ଼ାରେ ପରୀକ୍ଷା ନିଆଯାଏ।


ନିରଞ୍ଜନୀ ଆଖଡ଼ାର ଇଷ୍ଟଦେବ କାର୍ତ୍ତିକେୟ ସ୍ୱାମୀ। ଏମାନଙ୍କ ଧର୍ମ ଧ୍ବଜା ଗେରୁଆ। ଆଖଡ଼ାର ବର୍ତ୍ତମାନ ଆଚାର୍ଯ୍ୟ ଅଛନ୍ତି ପୀଠାଧିଶ୍ୱର ସ୍ୱାମୀ ପୁଣ୍ୟାନନ୍ଦ ଗିରି ମହାରାଜ। ଆଖଡ଼ାର ସଚିବ ନରେନ୍ଦ୍ର ଗିରି ଥରେ ଏକ ସାକ୍ଷାତକାରରେ କହିଥିଲେ ଯେ ଆଖଡା ସଦସ୍ୟମାନେ ସନାତନ ଧର୍ମର ସୁରକ୍ଷା ଏବଂ ପ୍ରଚାର-ପ୍ରସାର ପାଇଁ ନିରନ୍ତର ଚେଷ୍ଟା କରିଥାନ୍ତି। ଏଠାରେ ସଂସ୍କୃତ ବିଦ୍ୟାଳୟରେ ଗରିବ ଶିଶୁଙ୍କୁ ମାଗଣାରେ ଶିକ୍ଷା ଦିଆଯାଏ। ତାଛଡା, ଗୋମାତା, ଗଙ୍ଗା ଓ ଗାୟତ୍ରୀଙ୍କ ରକ୍ଷା ପାଇଁ ମଧ୍ୟ ଆଖଡ଼ା ମହନ୍ତ ନିରନ୍ତର ଜନଜାଗରଣ କରିଥାନ୍ତି।


ନିରଞ୍ଜନୀ ଆଖଡ଼ାରେ ୧୦ ହଜାରରୁ ଅଧିକ ନାଗା ସାଧୁ ଅଛନ୍ତି। ମହାମଣ୍ଡଳେଶ୍ୱରଙ୍କ ସଂଖ୍ୟା ୩୩। ମହନ୍ତ ଓ ଶ୍ରୀମହନ୍ତଙ୍କ ସଂଖ୍ୟା ଏକ ହଜାରରୁ ଅଧିକ। ଏହା ଏକ ପ୍ରମୁଖ ଧାର୍ମିକ ସ୍ଥଳୀର ମାନ୍ୟତା ପାଏ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି