ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିଯୁକ୍ତି କ୍ଷେତ୍ରରେ ରେକର୍ଡ ସୃଷ୍ଟି କଲା KIIT ବିଶ୍ୱବିଦ୍ୟାଳୟ, ୫ ଜଣଙ୍କୁ ବାର୍ଷିକ ୫୨ ଲକ୍ଷର ପ୍ୟାକେଜ୍ ଅଫର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ଭୁବନେଶ୍ୱର କ୍ୟାମ୍ପସ୍ ନିଯୁକ୍ତି କ୍ଷେତ୍ରରେ ରେକର୍ଡ ହାସଲ କରିଛି । କିଟ ଶିକ୍ଷାନୁଷ୍ଠାନ ୨୭୦ରୁ ଅଧିକ କମ୍ପାନୀରେ ୪୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚାକିରି ପ୍ରଦାନ କରିଛି । ଏହି ଶିକ୍ଷାନୁଷ୍ଠାନର ୫ ଜଣ ଛାତ୍ରଛାତ୍ରୀ ବାର୍ଷିକ ୫୨ ଲକ୍ଷ ପ୍ୟାକେଜରେ ବିଭିନ୍ନ ସଂସ୍ଥାରେ ପ୍ଲେସମେଣ୍ଟ ପାଇଛନ୍ତି । ଏନେଇ ଡିମଡ୍ ୟୁନିଭରସିଟିର ଭାଇସ-ଚାନସେଲର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି ।

ଜଣାପଡ଼ିଛି ଯେ, କିଟର ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ସିଙ୍ଗଲ ପ୍ଲେସମେଣ୍ଟ ଅଫର ପାଇଥିବା ବେଳେ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଡ୍ରିମ୍ କମ୍ପାନୀରେ ଜବ୍ ପାଇଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପ୍ୟାକେଜ ୮.୧ ଲକ୍ଷ ରହିଛି । ୩୫ଟି କମ୍ପାନୀରେ ବାର୍ଷିକ ୧୦ ଲକ୍ଷ ପ୍ୟାକେଜ ଓ ୧୩୦ଟି କମ୍ପାନୀରେ ୫ ଲକ୍ଷ ପ୍ୟାକେଜରେ ଛାତ୍ରଛାତ୍ରୀମାନେ ଅଫର ପାଇଛନ୍ତି । ଚଳିତ ବର୍ଷ ୫୦ଟି ନୂଆ କମ୍ପାନୀ ନିଜର ପ୍ଲେସମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କ୍ୟାମ୍ପସ ରିକ୍ରୁଟମେଣ୍ଟ ଡ୍ରାଇଭର ପ୍ରଥମ ଦିନରେ ୪ଟି କମ୍ପାନୀରେ ୨ ହଜାର ଜବ୍ ଅଫର ରହିଥିଲା । ଚଳିତ ବର୍ଷ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ବାର୍ଷିକ ପ୍ୟାକେଜ୍ ହାର ୬.୦୫ ଲକ୍ଷ ରହିଛି, ଯାହାକି ଗତବର୍ଷ ଅପେକ୍ଷା ୩୦ ପ୍ରତିଶତ ଅଧିକ । ଗତ ୨୦୦୦ରେ ମଧ୍ୟ କିଟ ବିଟେକ, ଏମବିଏ, ବାୟୋଟେକରେ ୧୦୦ ପ୍ରତିଶତ ଓ ଲ’ରେ ୫୦ ପ୍ରତିଶତ ପ୍ଲେସମେଣ୍ଟ ପ୍ରଦାନ କରିଥିଲା ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି