କଳା ଓ ସଂସ୍କୃତି ରାଜ୍ୟ

ନିମ୍ବ ଗଛରେ ଶଙ୍ଖ-ଚକ୍ର-ଗଦା ଓ ପଦ୍ମ, ଦେଖିବାକୁ ଲୋକଙ୍କ ଭିଡ

ଭଦ୍ରକ,୧୨/୧୨: ଗଛରେ ଦିଶୁଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରତିକୃତି । ଏହି ଦୃଶ୍ୟ ଦେଖିବା ପରେ ଗଛ ନିକଟରେ ଭିଡ଼ ଜମିଛି । ପୂଜାର୍ଚ୍ଚନା ଆରମ୍ଭ କଲେଣି ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା ଗାଁରେ ଏମିତି ଘଟଣା ସାମ୍ନାକୁ ଆସିଛି । ମହୁରା ଗାଁର ନରହରି ମିଶ୍ରଙ୍କ ବାଡ଼ିରେ ବହୁ ପୁରୁଣା ନିମ୍ବ ଗଛ ରହିଛି । ପରିବାର ଲୋକେ ଗଛକୁ ପ୍ରତ୍ୟେକ ଦିନ ପୂଜା କରନ୍ତି । ଏବେ ଗଛରେ ଶଙ୍ଖ , ଚକ୍ର , ଗଦା ଓ ପଦ୍ମ ଆକୃତିର ଚିହ୍ନ ଦେଖାଯାଉଥିବା ଲୋକେ କହିଛନ୍ତି ।

ଏହି ଘଟଣା ପ୍ରସାରିତ ହେବା ପରେ ଲୋକେ ଗଛ ମୂଳ ରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକେ ଗଛ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,