ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ନିଟ୍ ପରୀକ୍ଷା ସ୍ଥଗିତ, ୬ରୁ ୮ ସପ୍ତାହ ଘୁଞ୍ଚାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୦୪/୦୨: ଘୁଞ୍ଚିଲା ନିଟ୍ ପରୀକ୍ଷା । ଏବେ ନୁହେଁ ବରଂ ଆଉ ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପରୀକ୍ଷା ମାର୍ଚ୍ଚ ୧୨ରେ ହୋଇଥାନ୍ତା ।

ସୂଚନାନୁସାରେ, ମାର୍ଚ୍ଚ ୧୨ରେ ନିଟ୍ ପିଜି-୨୦୨୨ ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ ଚଳିତ ବର୍ଷର ପରୀକ୍ଷା ତାରିଖ ସହ ସମାନ ଥିଲା । ତେଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ଏପରିକି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ମଧ୍ୟ ମାମଲା ଯାଇଥିଲା । ତେବେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହାକୁ ୬ରୁ ୮ ସପ୍ତାହ ଯାଏଁ ଘୁଞ୍ଚାଇ ଦିଆଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି