ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିଟ୍ ପରୀକ୍ଷାରେ ‘ମୁନ୍ନାଭାଇ’ ପରି ଜାଲିଆତି, ଏମ୍ସର ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଜଣକ ସ୍ଥାନରେ ଆଉଜଣେ ପରୀକ୍ଷା ଦେବା ମାମଲାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ। ଏମ୍ସର ବିଏସ୍‌ସି (ରେଡିଓଲୋଜି, ୨ୟ ବର୍ଷ)ର ଛାତ୍ର ନରେଶ ବିଶ୍ରୋଇ ଏକ କାରବାରର ସୂତ୍ରଧର। ସେ ଏମ୍ସର ବିଏସ୍‌ସି (ରେଡିଓଲୋଜି, ୧ମ ବର୍ଷ)ର ଛାତ୍ରମାନଙ୍କୁ ଏହି କାମରେ ନିୟୋଜିତ କରିଥିଲା। ଦେଶବ୍ୟାପୀ ହେଉଥିବା ନିଟ୍ ପରୀକ୍ଷାରେ ଏମ୍ସର ପ୍ରଥମ ବର୍ଷର ଛାତ୍ରମାନଙ୍କ ଦ୍ବାରା ପରୀକ୍ଷା ଦିଆଯାଉଥିଲା। ଏହିପରି ତିନୋଟି ଜାଗାରେ ପରୀକ୍ଷା ଦିଆଯାଇଥିବା ଘଟଣା ପୁଲିସ ନଜରକୁ ଆସିଛି। ପୁଲିସ ଏହି ମାମଲାରେ ଚାରିଜଣଙ୍କୁ ଗିରଫ କରିଛି।

ଆର୍‌କେପୁରମ୍ ଥାନା ପୁଲିସ ଦ୍ବାରା ସୋମବାର ସକାଳେ ନରେଶକୁ ଗିରଫ କରିଛି। ସଂଜୁ ଯାଦବ ଏମ୍ସର ବିଏସ୍‌ସି ରେଡିଓଲୋଜି ପ୍ରଥମ ବର୍ଷର ଛାତ୍ର। ସେ ଅନ୍ୟ ପାଇଁ ପରୀକ୍ଷା ଦେବାବେଳେ ଧରାପଡ଼ିଛି। ନାଗପୁରର ମବତମାଲରେ ନିଟ୍‌ର ପରୀକ୍ଷା କେନ୍ଦ୍ରରେ ଅନ୍ୟ ପାଇଁ ପରୀକ୍ଷା ଦେବାବେଳେ ଏମ୍ସର ୨ ଜଣ ଛାତ୍ର ମହାବୀର ଓ ଜିତେନ୍ଦ୍ରଙ୍କୁ ବି ଗିରଫ କରାଯାଇଛି। ସେମାନଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି। ପଚରାଉଚରାରୁ ଜଣାପଡ଼ିଛି ଯେ, ସେମାନେ ନରେଶ କଥାରେ ପଡ଼ି ଏ କାମ କରିଛନ୍ତି। ନରେଶ ସେମାନଙ୍କୁ ମୋଟା ଅଙ୍କର ପ୍ରଲୋଭନ ଦେଖାଇଥିଲା। ଅଭିଯୁକ୍ତ ଛାତ୍ର ନରେଶ କହିଛି ଯେ, ସେ ଯେଉଁମାନଙ୍କ ପାଇଁ ପରୀକ୍ଷା ଦିଆଉଥିଲା, ସେମାନେ ପ୍ରତ୍ୟେକେ ତାକୁ ୭ ଲକ୍ଷ ଟଙ୍କା ଦେବେ ବୋଲି କଥା ହୋଇଥିଲା। ପ୍ରତ୍ୟେକ ଛାତ୍ର ଏକ ଲକ୍ଷ ଟଙ୍କା ଲେଖାଏ ଅଗ୍ରିମ ବି ଦେଇଥିଲେ। ପରେ ଅବଶିଷ୍ଟ ୬ ଲକ୍ଷ ଟଙ୍କା ଲେଖାଏ ଦେଇଥାନ୍ତେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ