ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିଜ ପ୍ରଧାନ ବିଚାରପତି ବାପାଙ୍କ ରେକର୍ଡ ଭାଙ୍ଗିବେ ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ, ଜାଣନ୍ତୁ କେମିତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ଦୁଇ ବର୍ଷ ଯାଏଁ ଦେଶର ପ୍ରଧାନ ବିଚାରପତି(ସିଜେଆଇ) ପଦରେ ରହିବେ। ତାଙ୍କ କାର୍ଯ୍ୟକାଳରେ ସୁପ୍ରିମକୋର୍ଟରେ ଅତି କମରେ ୧୯ ନୂତନ ଜଜଙ୍କ ନିଯୁକ୍ତି କରାଯିବ। ଏମିତି ହେଲେ ଡିଓ୍ଵାଇ ଚନ୍ଦ୍ରଚୂଡ ନିଜ ବାପା ଓ୍ଵାଇଭି ଚନ୍ଦ୍ରଚୂଡଙ୍କ ରେକର୍ଡ କାଟିବେ। ଓ୍ଵାଇଭି ଚନ୍ଦ୍ରଚୂଡ ରେକର୍ଡ ସାତ ବର୍ଷ ପାଞ୍ଚ ମାସ ସୁପ୍ରିମକୋର୍ଟର ପ୍ରଧାନ ବିଚାପରତି ଥିଲେ। ଏହି ସମୟରେ ସୁପ୍ରିମକୋର୍ଟରେ ୧୪ ଜଜଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସିଜେଆଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧିନ କଲେଜିୟମକୁ ତତ୍କାଳ ସାତ ଜଜଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟରେ ସ୍ଵୀକୃତିପ୍ରାପ୍ତ ଜଜଙ୍କ ସଂଖ୍ୟା ସିଜେଆଇଙ୍କୁ ମିଶାଇ ୩୪ ରହିଛି। ଏବେ ସାତ ପଦ ଖାଲି ରହିଛି। ପୁଣି ଜଷ୍ଟିସ ଅବଦୁଲ ନଜିର ଆସନ୍ତା ବର୍ଷ ଜାନୁଆରୀ ୪ରେ ଅବସର ଗ୍ରହଣ କରୁଛନ୍ତି। ପୁଣି ସେହି ବର୍ଷ ମେ ଏବଂ ଜୁନରେ ଆଉ ପାଞ୍ଚ ଜଜ ନିଜ କାର୍ଯ୍ୟରୁ ଅବସର ନେବେ। ଏଥିରେ ଜଷ୍ଟିସ ଡି ମାହେଶ୍ଵରୀ, ଜଷ୍ଟିସ ଏମ ଆର ଶାହ, ଜଷ୍ଟିସ ଏମ ଯୋଶେଫ, ଜଷ୍ଟିସ ଏ ରସ୍ତୋଗୀ ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟମ ସାମିଲ୍।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ଵର ୧୦ ତାରିଖ ପର୍ଯ୍ୟନ୍ତ ରହିଛି। ଏହାର ଅର୍ଥ ସିଜେଆଇ ସହିତ ୩୪ ଜଜଙ୍କ ସ୍ଵୀକୃତିପ୍ରାପ୍ତ ସଂଖ୍ୟାରୁ ପର୍ଯ୍ୟାୟକ୍ରମେ ଖାଲି ହେବାକୁ ଥିବା ୧୯ ଜଜଙ୍କ ନିଯୁକ୍ତି କରାଯିବ। ଆଉ ଏହାର ସୁପାରିସ ସିଜେଆଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵରେ ଗଠିତ କଲେଜିୟମ ଦ୍ଵାରା କରାଯି। ଚନ୍ଦ୍ରଚୂଡଙ୍କ ପିତା ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟକାଳରେ ସୁପ୍ରିମକୋର୍ଟର ଜଜଙ୍କ ନିଯୁକ୍ତି କେନ୍ଦ୍ର ସରକାର ସିଜେଆଇଙ୍କ ପରାମର୍ଶକ୍ରମେ କରିଥିଲେ। କଲେଜିୟମ ପ୍ରଣାଳୀର ବିଚାର ତ ୧୯୯୩ରେ ଆସିଥିଲା। ପୁଣି ୧୯୯୮ରେ ସୁପ୍ରିମକୋର୍ଟର ଦୁଇ ସାମ୍ବିଧାନିକ ପୀଠର ନିଷ୍ପତ୍ତିକ୍ରମେ ଏହାକୁ ସଂସ୍ଥା ଭାବେ ଗଠନ କରାଯାଇଥିଲା। ଏଥିରେ କାର୍ଯ୍ୟପାଳିକାଙ୍କଠୁ ଜଜଙ୍କ ଚୟନ କରିବାର ଶକ୍ତି ଛଡାଇ ନିଆଯାଇଥିଲା।

୧୯୭୭ରୁ ୧୯୮୫ ମଧ୍ୟରେ ସୁପ୍ରିମକୋର୍ଟରେ ଜଜଙ୍କ ମୋଟ୍ ସ୍ଵୀକୃତି ପଦ ସଂଖ୍ୟା ୧୮ ଥିଲା। ଏଥିରୁ ୧୪ ଜଜଙ୍କ ନିଯୁକ୍ତି ତତ୍କାଳୀନ ସିଜେଆଇ ଓ୍ଵାଇଭି ଚନ୍ଦ୍ରଚୂଡ କରିଥିଲେ, ଯାହା ସୁପ୍ରିମକୋର୍ଟର ମୋଟ୍ ଜଜଙ୍କ ସଂଖ୍ୟାର ୭୮ ପ୍ରତିଶତ। ତେବେ ତାଙ୍କ ପୁଅ ଡିଓ୍ଵାଇ ଚନ୍ଦ୍ରଚୂଡ ନିଜର ଦୁଇ ବର୍ଷର କାର୍ଯ୍ୟକାଳରେ ୧୯ ଜଜଙ୍କ ନିଯୁକ୍ତି କରି ପାରନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ