ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଜ ନାଁରେ ମାମଲା ରୁଜୁ କଲେ ଟାଙ୍ଗୀ ଥାନା ଆଇଆଇସି

ଟାଙ୍ଗୀ : ନିଜ ବିରୋଧରେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ, ହତ୍ୟା ଓ ଦୁଷ୍କର୍ମ ଧମକ ଦେବା ଭଳି ସଂଗିନ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଥାନା ଆଇଆଇସି। ଜଣେ ଦଳିତ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଏଭଳି ଧମକ ଦେଇଥିବା ଅଭିଯୋଗରେ ଆଇଆଇସି ସୁଚିତ୍ରବୀର୍ଜ୍ୟ ଦାସ ନିଜ ଥାନାରେ ମାମଲା ରୁଜୁ କରିଛନ୍ତି। ଦଫା ୪୪୮, ୨୯୪, ୫୦୬, ୩୨୩, ୩୫୪, ୪୨୭, ଏସ୍‌ସି ଏବଂ ଏସ୍‌ଟି(ପିଏ) ଆଇନର ଧାରା ୩(୧)(ଆର୍), ୩(୧)(ଏସ୍), ୩(୨)(ଭିଏ) ବଳରେ ଏକ ମାମଲା(କେସ୍ ନଂ ୦୨୬୫) ଟାଙ୍ଗୀ ଥାନାରେ ରୁଜୁ ହୋଇଥିବା ସୂଚନା ମିଳିଛି।

ଟାଙ୍ଗୀ ଥାନା କୋଟସାହିର ରୀନା ବେହେରାଙ୍କ ଘର କବାଟକୁ ୨୦୨୨ ସେପ୍ଟେମ୍ବର ୩୦ ତାରିଖ ରାତି ପ୍ରାୟ ୨ଟା ବେଳେ ହଠାତ୍‌ କିଏ ଜଣେ ବାଡ଼େଇଥିଲେ। କବାଟ ନଖୋଲିବାରୁ ଉକ୍ତ ବ୍ୟକ୍ତି ଘରର କବାଟ ଭାଙ୍ଗି ଭିତରେ ପଶିଥିଲେ। ସେ ଟାଙ୍ଗୀ ଥାନାର ଆଇଆଇସି ସୁଚିତ୍ରବୀର୍ଜ୍ୟ ଦାସ ବୋଲି ଜଣାପଡ଼ିଥିଲା। ଶ୍ରୀ ଦାସ, ମହିଳାଙ୍କ ସ୍ବାମୀ ବିଷ୍ଣୁଚରଣ ବେହେରାଙ୍କୁ ଖୋଜୁଥିଲେ। ଘର ଭିତରେ ରୀନାଙ୍କ ଦିଅର ମଣ୍ଟୁ ଥିଲେ। ଏହିସମୟରେ ସୁଚିତ୍ରବୀର୍ଜ୍ୟ ମହିଳାଙ୍କ ଜାତି ଉଦ୍ଦେଶ୍ୟରେ ଗାଳିଗୁଲଜ କରିଥିଲେ। ତାଙ୍କୁ ଧକ୍କା ମାରିଥିଲେ। ସେ ତାଙ୍କ ଛୁଆ ସହିତ ତଳେ ପଡ଼ିଯାଇଥିଲେ। ଘରେ ଥିବା କଟୁରି ଧରି ସୁଚିତ୍ରବୀର୍ଜ୍ୟ ଭୟଭୀତ କରିଥିଲେ। ସ୍ବାମୀ ନମିଳିଲେ ତାଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ରୀନା ଟାଙ୍ଗୀ ଥାନାରେ ୨୦୨୨ ଡିସେମ୍ବର ୧୭ ତାରିଖରେ ଅଭିଯୋଗ ଦେଇଥିବା ବେଳେ ପୁଲିସ ଡିଜି, କେନ୍ଦ୍ରାଞ୍ଚଳ ଆଇଜି, ଟାଙ୍ଗୀ ଏସ୍‌ଡିପିଓଙ୍କୁ ବି ଅଭିଯୋଗପତ୍ର ପଠାଇଛନ୍ତି। ଏଭଳି ଅଭିଯୋଗ ଟାଙ୍ଗୀ ଥାନାରେ ହେବାପରେ ନିଜେ ଆଇଆଇସି ସୁଚିତ୍ରବୀର୍ଜ୍ୟ ଦାସ ମାମଲା ରୁଜୁ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।