ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଜ ଦମ୍‌ରେ କୋଟିପତି: ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ଆଶିଷ, ରିତେଶ

ଭୁବନେଶ୍ବର: ନିଜ ଦମ୍‌ରେ କୋଟିପତି ହୋଇଥିବା ଦେଶର ଶ୍ରେଷ୍ଠ ୨୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି। ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌। ରିପୋର୍ଟ ଅନୁସାରେ ରୁଚି କାଲ୍‌ରା, ବସନ୍ତ ଶ୍ରୀଧର, ଭୁବନ ଗୁପ୍ତା ଓ ନିତୀନ ଜୈନଙ୍କ ସହ ମିଶି ଆଶିଷ ସ୍ଥାପନ କରିଥିବା ଦୁଇଟି କଂପାନି ଅଫ୍‌ବିଜନେସ୍‌ ଓ ଅକ୍ସିଜୋକୁ ତାଲିକାରେ ସ୍ଥାନ ମିଳିଛି। ଅଫ୍‌ବିଜନେସ୍‌ର ବଜାର ମୂଲ୍ୟ ୪୧,୫୮୯ କୋଟି ଟଙ୍କା ଥିବା ‌ବେଳେ ତାହା ୧୩ତମ ଏବଂ ଅକ୍ସିଜୋ ୮,୩୧୮ କୋଟି ଟଙ୍କାର ବଜାର ମୂଲ୍ୟ ସହ ୧୦୦ତମ ସ୍ଥାନରେ ରହିଛି। ରିତେଶ ଅଗ୍ରୱାଲ୍ ସ୍ଥାପନ କରିଥିବା ଓୟୋର ବଜାର ମୂଲ୍ୟ ୨୨,୪୫୮ କୋଟି ଟଙ୍କା ଥିବା ବେଳେ ସେ ତାଲିକାର ୩୪ତମ ସ୍ଥାନରେ ରହିଛନ୍ତି।୪୨ ବର୍ଷୀୟ ଆଶିଷଙ୍କ ଘର ହେଉଛି କଟକରେ। ସେ ଏସ୍‌ସିବି ମେଡିକାଲ୍ ପବ୍ଲିକ୍ ସ୍କୁଲ ଓ ରେଭେନ୍ସା କଲେଜରେ ପାଠପଢ଼ିବା ପରେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ୍‌ରେ ଏମ୍‌ବିଏ ପଢ଼ିଥିଲେ। ଆଇଟିସି ଓ ମାକିନ୍‌ସେରେ କାମ କରିବା ପରେ ୨୦୧୬ରେ ଅଫ୍‌ବିଜନେସ୍ ଓ ୨୦୧୭‌ରେ ଅକ୍ସିଜୋକୁ ସ୍ଥାପନ କରିଥିଲେ। ଅଫ୍‌ବିଜନେସ୍ ଶିଳ୍ପ ସଂସ୍ଥାଗୁଡ଼ିକୁ ଇସ୍ପାତ, ଡିଜେଲ ଓ ରସାୟନ ଭଳି ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯୋଗାଉଛି। ଅକ୍ସିଜୋ ହେଉଛି ଏକ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥା।

ଓୟୋର ପ୍ରତିଷ୍ଠାତା ରିତେଶଙ୍କ ଜନ୍ମ ରାୟଗଡ଼ାର ବିଷମକଟକରେ ଏକ ମାରୱାଡ଼ି ପରିବାରରେ ହୋଇଥିଲା ଓ ବଲାଙ୍ଗୀରର ଟିଟଲାଗଡ଼ରେ ସେ ବଢ଼ିଥିଲେ। ୨୦୧୧ରେ ସେ ଓରାଭେଲ୍‌ ଷ୍ଟେଜ୍‌ ନାମକ ସଂସ୍ଥା ସ୍ଥାପନ କରିଥିଲେ। ୨୦୧୩ରୁ ଓୟୋ ରୁମ୍‌ସ ଭାବେ ତାହା ଆଗକୁ ବଢ଼ିଥିଲା। ଫୋର୍ବସ୍‌ ପକ୍ଷରୁ ପ୍ରସ୍ତୁତ ୩୦ ବର୍ଷରୁ କମ୍ ଏସିଆର ଧନୀ ତାଲିକାରେ ରିତେଶଙ୍କୁ ସ୍ଥାନ ମିଳିଥିଲା। ଚଳିତ ବର୍ଷ ସବୁଠୁ କନିଷ୍ଠ ସାର୍କ ଭାବେ ସେ ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଯୋଗ ଦେଇଛନ୍ତି। ତେବେ, ଆଇଡିଏଫ୍‌ସି-ହୁରୁନ ଇଣ୍ଡିଆ ଆଜି ଜାରି କରିଥିବା ନିଜ ଦମ୍‌ରେ କୋଟିପତି ହୋଇଥିବା ଶ୍ରେଷ୍ଠ ୨୦୦ ଜଣଙ୍କ ତାଲିକାରେ ଡି-ମାର୍ଟର ରାଧାକୃଷ୍ଣ ଦମାନି ପ୍ରଥମ ସ୍ଥାନରେ ରହିଛନ୍ତି। କନିଷ୍ଠ ମହିଳା ଉଦ୍ୟୋୀଙ୍କ ତାଲିକାରେ ମାମାଆର୍ଥର ସହ ପ୍ରତିଷ୍ଠାତା ଗଜଲ ଅଲଘ ଓ ସୁଗାର କସ୍‌ମେଟିକ୍ସର ସହ ପ୍ରତିଷ୍ଠାତା ବିନୀତା ସିଂହଙ୍କ ନାମ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।