ଦେଶ ବିଦେଶ ମନୋରଞ୍ଜନ

ନିଜ ଚଳଚ୍ଚିତ୍ରରେ ଆଲିଆଙ୍କୁ ‘ହିରୋଇନ୍‌’ ନୁହେଁ, ‘ହିରୋ’ ଭାବେ ନେବାକୁ ଚାହାନ୍ତି ରାଜମୌଲୀ

ନୂଆଦିଲ୍ଳୀ: ସିନେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀ ତାଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ସୁଟିଂକୁ ନେଇ ବ୍ୟାପକ ପ୍ରମୋସନ୍‌ର ଆୟୋଜନ କରିଥିବା ନଜର ଆସିଛନ୍ତି। ପ୍ରମୁଖ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌। ଏହି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି।

ଏହି ପ୍ରମୋସନାଲ୍‌ ଉତ୍ସବରେ ଜଣେ ପ୍ରଶଂସକ ଦର୍ଶକ ରାଜମୌଲୀଙ୍କୁ ପ୍ରଶ୍ନ କରିଥିଲେ।, ‘ଆପଣ ଯଦି ଆଗକୁ ଜଣେ ମହିଳା ସୁପରହିରୋଙ୍କୁ ନେଇ ଚଳଚ୍ଚିତ୍ର କରନ୍ତି ତେବେ କାହାକୁ ନେବେ?’ ଯାହାର ଉତ୍ତରରେ ରାଜମୌଲୀ ତୁରନ୍ତ କହିଥିଲେ, ‘ଅନୁମାନ କରନ୍ତୁ ମୁଁ କାହାକୁ ନେବି? ଆପଣ ଠିକ୍‌ ଭାବୁଛନ୍ତି, ମୁଁ ଆଲିଆଙ୍କୁ ହିଁ ନେବି’।

ତାପରେ କିଛି ସମୟ ପରେ ନିଜର କଥାକୁ ଆହୁରି ସ୍ପଷ୍ଟ କରି କହିଥିଲେ, ‘ଆଲିଆଙ୍କୁ ମୁଁ ସୁପର ହିରୋଇନ୍‌ ଭାବେ ନେବି ନାହିଁ। କାହିଁକି ନା, ସେ ଏବେ ଜଣେ ହିରୋ’। ରାଜମୌଲୀଙ୍କ ମୁହଁରୁ ଏପରି ଶୁଣିବା ପରେ ଆଲିଆ କହିଥିଲେ, ‘ଭଲ କଥା’। ସେଠି ଉପସ୍ଥିତ ଥିବା ଅମୀର ଖାନ୍‌ କହିଛନ୍ତି, ‘ତାହାଲେ ମୁଁ ହିରୋଇନ୍‌ ହୋଇଯିବି ସାର୍‌’। ଏଭଳି କଥାବାର୍ତ୍ତା ମଧ୍ୟରେ ସେଠାରେ ଏକ ହସର ମାହଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ