ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନିଜ ଘର ଛାତରୁ କରିପାରିବେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର : ଜାଣନ୍ତୁ କିପରି?

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣଙ୍କ ଘରର ଛାତ ଖାଲି ପଡ଼ିଛି ତେବେ ଆପଣଙ୍କ ପାଖରେ ଆୟ କରିବାର ଭଲ ସୁଯୋଗ ରହିଛି। ଆଜି ଆପଣଙ୍କୁ ଏପରି କିଛି ବିଜନେସ୍ ଆଇଡିଆ ବିଷୟରେ କହିବା,ଯାହା ଜରିଆରେ ଆପଣ ସହଜରେ ଲକ୍ଷପତି ହୋଇ ପାରିବେ। ଏହି ବିଜନେସ୍ ଆପଣଙ୍କୁ ଘରେ ବସି ଲକ୍ଷପତି କରାଇବ। ଏଥିପାଇଁ ଆପଣଙ୍କୁ ଅଧିକ ଇନଭେଷ୍ଟମେଣ୍ଟ୍ ମଧ୍ୟ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଅଳ୍ପ ସାବଧାନତା ଅବଲମ୍ବନ କରିବାକୁ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା କିପରି ଆପଣ ଏହି ବ୍ୟବସାୟ ଆରମ୍ଭ କରିବେ।

୧.ସୋଲାର ପ୍ୟାନେଲ୍ ଲଗାଇ କରିବେ ଆୟ : ସୋଲାର ପ୍ଲାଣ୍ଟ୍ ବିଜନେସକୁ ସରକାର ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ନିଜ ବିଲଡିଂର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା କେବଳ ଆପଣଙ୍କ ବିଜୁଳି ବିଲ୍ ବଞ୍ଚାଇବ ନାହିଁ ବରଂ ଆୟ ମଧ୍ୟ କରାଯାଇପାରିବ।

ଏହା ବ୍ୟତୀତ ଆପଣ ଟେରିସ୍ ଫାର୍ମିଂ ଜରିଆରେ ମଧ୍ୟ ଆୟ କରିପାରିବେ। ଏଥିପାଇଁ ବିଲଡିଂ ଛାତରେ ଗ୍ରୀନ୍ ହାଉସ୍ କରିବାକୁ ପଡ଼ିବ। ଏଠାରେ ଆପଣ ପଲିବ୍ୟାଗରେ ପରିବା ମଧ୍ୟ ଲଗାଇ ପାରିବେ ଏବଂ ଡ୍ରିପ୍ ସିଷ୍ଟମ ଦ୍ବାରା ନିରନ୍ତର ସିଞ୍ଚନ କରାଯାଇପାରିବ। କିନ୍ତୁ ଏଥିପାଇଁ ଖାସ୍ ଦେଖାଶୁଣା କରିବାର ଆବଶ୍ୟକତା ରହିଛି।

୨. ମୋବାଇଲ୍ ଟାଓ୍ବାର ଲଗାଇ କରିବେ ଆୟ : ଯଦି ଆପଣଙ୍କ ବିଲଡିଂର ଛାତ ଖାଲି ରହିଛି ତେବେ ଆପଣ ତାହାକୁ ମୋବାଇଲ୍ କମ୍ପାନୀକୁ ଭଡ଼ାରେ ଦେଇ ପାରିବେ। ମୋବାଇଲ୍ ଟାଓ୍ବାର ଲଗାଇବା ପରେ ଆପଣଙ୍କୁ କମ୍ପାନୀ ତରଫରୁ ପ୍ରତି ମାସରେ କିଛି ଟଙ୍କା ଦିଆଯାଇଥାଏ। ଏଥିପାଇଁ ଆପଣଙ୍କୁ ସ୍ଥାନୀୟ ନଗର ନିଗମରୁ ଅନୁମତି ନେବାକୁ ପଡ଼ିବ।

୩. ହୋର୍ଡ଼ିଂ ଲଗାଇ କରିପାରିବେ ଆୟ : ଯଦି ଆପଣଙ୍କ ବିଲଡିଂ ଏପରି ଲୋକେସନରେ ରହିଛି ଯାହା ଦୂରରୁ ସହଜରେ ଦେଖି ହେଉଥିବ କିମ୍ବା ମେନ ରୋଡ ସହ ଲାଗିଥିବ ତେବେ ଆପଣ ନିଜ ଛାତରେ ହୋର୍ଡ଼ିଂ ଲଗାଇ ଭଲ ଟଙ୍କା ପାଇ ପାରିବେ। ପ୍ରତି ସହରରେ ଏପରି ଆଡଭରଟାଇଜିଂ ଏଜେନ୍ସି ରହିଛି ଯାହା ଆଉଟଡୋର ଆଡଭରଟାଇଜିଂ କାମ କରିଥାଏ।

ଆପଣ ଏହି ଏଜେନ୍ସି ସହ ଯୋଗାଯୋଗ କରି ପାରିବେ ଯାହା ସବୁ ପ୍ରକାରର କ୍ଲିୟରାନ୍ସ ନେଇ ଆପଣଙ୍କ ଛାତ ଉପରେ ହୋର୍ଡ଼ିଂ ଲଗାଇବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ