କଳାହାଣ୍ଡି ୧।୭: ଝୁଲନ୍ତା ମୃତଦେହ ଠାବ । ନିଜ ଘରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କାଳୀମନ୍ଦିର ପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କାଳୀମନ୍ଦିର ପଡାରେ ଜଣେ ଯୁବକଙ୍କ ମୃତଦେହ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତକଙ୍କ ନାଁ ସୁଶାନ୍ତ ସାହୁ । ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି ।
ଗତ ଅପ୍ରେଲ ୨୨ରେ ସେ ବିବାହ କରିଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସକୁ ଖବର ଦିଆଯାଇଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି ।