ମନୋରଞ୍ଜନ

ନିଜର ପୁସ୍ତକକୁ ନେଇ ବିବାଦରେ ପଡିଲେ କରୀନା କପୁର : ଶୀଘ୍ର ଦାଖଲ ହୋଇପାରେ ଅଭିଯୋଗ

ମୁମ୍ବାଇ ୧୩/୦୭ : କରୀନା କପୁର ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି। ଗତ ଶୁକ୍ରବାର ଜୁଲାଇ ୯ ରେ ସେ ଗର୍ଭଧାରଣ ବିଷୟରେ ତାଙ୍କ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି। କରୀନା କହିଛନ୍ତି, ସେ ତାଙ୍କ ପୁସ୍ତକ କରୀନା କପୁର ଖାନ ପ୍ରେଗ୍ନେସୀ ବାଇବଲରେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣର ଯାତ୍ରା ବିଷୟରେ ବାଖ୍ୟା କରିଛନ୍ତି। ଯେଉଁଥିରୁ ଭଲ ଦିନ ଏବଂ ଖରାପ ଦିନ ଥିଲା । ତେବେ ବର୍ତ୍ତମାନ ଏହି ପୁସ୍ତକ ହେତୁ ସେ ଅସୁବିଧାରେ ପଡ଼ିଥିବା ଜଣାପଡିଛି।

କରୀନା କପୁରଙ୍କ ପୁସ୍ତକ ନାମକୁ ନେଇ ବିବାଦ ଲାଗି ରହିଛି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ ଇଣ୍ଡିଆ ମାଇନରିଟି ବୋର୍ଡ ପ୍ରସ୍ତୁତ ହେଉଛି। ଅଲ ଇଣ୍ଡିଆ ମାଇନରିଟି ବୋର୍ଡ ପୁସ୍ତକର ନାମକୁ ବିରୋଧ କରିଛି । ବୋର୍ଡ ଅଧ୍ୟକ୍ଷ ଡାଇମଣ୍ଡ ୟୁସୁଫ କାନପୁରରେ ଏକ ସଭାର ଆୟୋଜନ କରିଥିଲେ ଏବଂ କରୀନା କପୁରଙ୍କ ପୁସ୍ତକକୁ ପ୍ରେଗ୍ନେସୀ ବାଇବଲ ନାମରେ ନାମିତ କରିବାକୁ ବିରୋଧ କରିଥିଲେ। ବୋର୍ଡ ତାଙ୍କ ବିରୋଧରେ ଶୀଘ୍ର ଅଭିଯୋଗ ଆଣିପାରେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ