ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନିଜକୁ ସୁନ୍ଦର ଭାବେ ଉପସ୍ଥାପିତ କରିିବା ଆପଣଙ୍କ ନିଜ ହାତରେ, ଆପଣାନ୍ତୁ ଏହି ଉପାୟ

ଆପଣ ଜାଣିିଥିବେ ନିଶ୍ଚୟ କୌଣସି ବୟସ୍କ ବ୍ୟକ୍ତି ଯଦି ଯୁବା ଦିଶନ୍ତି ତେବେ ତାହା ତାଙ୍କର ବାହାଦୁରି। ମାତ୍ର ଯଦି ଖୁବ୍‌ କମ୍‌ ବୟସରେ ବି ବାର୍ଦ୍ଧକ୍ୟର ଛାପ ମୁହଁରେ ଦିଶେ? ତେବେ, ସଙ୍କୋଚ ନିଶ୍ଚୟ ଲାଗିବ। ଆପଣଙ୍କ ଚର୍ମର ରଙ୍ଗ ଯାହା ହେଉ ପଛେ ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କେତିକି ଆକର୍ଷଣୀୟ ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନିମ୍ନରେ ସେ ସଂପର୍କରେ ଉଲ୍ଳେଖ କରାଯାଇଛି। ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣ ବି ଦିଶିବେ ଚିରସବୁଜ।

ଡାକ୍ତରଙ୍କଠାରୁ ଆରମ୍ଭ କରି ଯୋଗ ଗୁରୁ, ସେଲିବ୍ରେଟି ଏବଂ ସବୁ ଧରଣର ବିୟୁଟିସିଆନ୍‌ମାନେ ମତ ଦିଅନ୍ତିି ଯେ ପାଣି ପିଇବା ଉତ୍ତମ ତ୍ୱଚା ପାଇଁ ସବୁଠାରୁ ଅଧିକ ଜରୁରୀ। ଯିଏ ଯେତେ ପରିମାଣରେ ପାଣି ପିଅନ୍ତି ତାଙ୍କ ତ୍ୱଚା ସେତେ ଚିକ୍କଣ ଦିଶେ। ବ୍ରଣ ସମସ୍ୟା ମଧ୍ୟ ପାଖ ପଶେ ନାହିଁ।

ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକଚକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ।

ଚା, କଫି କିମ୍ବା ଫାଷ୍ଟ୍‍ଫୁଡ୍‌ରୁ ନିଜକୁ ଦୂରେଇ ରଖନ୍ତୁ। ମନେରଖନ୍ତୁ ଫାଷ୍ଟ୍‍ଫୁଡ୍‌ ପ୍ରିୟ ଲୋକଙ୍କ ମଧ୍ୟରେ ଖୁବ୍‌ କମ୍‌ ବୟସରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼େ।

ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।

ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଣା ହେଲା ରାତିରେ ଜଲ୍‌ଦି ଶୋଇ ସକାଳୁ ଜଲ୍‌ଦି ଉଠନ୍ତୁ। ବିଳମ୍ବିତ ରାତିରେ ଶୋଇବା ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ