ଦେଶ ବିଦେଶ ମନୋରଞ୍ଜନ

ନିଜକୁ ବିଗ୍ ବିଙ୍କ ଝିଅ କହି ଥାନାରେ ପହଞ୍ଚିଲେ ମହିଳା, କାହାଣୀ ଶୁଣି ଆଶ୍ଚର୍ଯ୍ୟ ହେଲା ପୋଲିସ

ନୂଆଦିଲ୍ଲୀ ୦୮/୧୨: ବିହାରର ଭୋଜପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଆରାର ଟାଉନ ପୋଲିସ ଷ୍ଟେସନରେ ପହଞ୍ଚି ନିଜକୁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ବୋଲି କହିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ସମସ୍ତ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ କର୍ମଚାରୀ ଏହାକୁ ବିଶ୍ୱାସ ନକରି, ମହିଳାଙ୍କୁ ପଚାରିଥିଲେ ଅମିତାଭ ବଚ୍ଚନ କିଏ? ସେ ଉତ୍ତରରେ କହିଥିଲେ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ଏବଂ ଜେଜେବାପାଙ୍କ ନାମ ହରିବଂଶ ରାୟ ବଚ୍ଚନ। ଏହା ଶୁଣି ସମସ୍ତ ଅଧିକାରୀ ଚୁପ୍ ହୋଇଗଲେ। ତେବେ କିଛି ସମୟ ପରେ ମହିଳାଙ୍କ କାର୍ଯ୍ୟକଳାପ ଦେଖି ପୋଲିସ୍ ବୁଝିଗଲା ଯେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ।

ସୂଚନା ଅନୁଯାୟୀ, ଆରା ଟାଉନ୍ ପୋଲିସ୍ ଷ୍ଟେସନରେ ହଠାତ୍ ଜଣେ ମହିଳା କାନ୍ଦି କାନ୍ଦି ଆସି ପହଞ୍ଚିଥିଲେ। ସେ କହିଥିଲେ ମୋ ନାମ ମୋନୀ ଏବଂ ମୁଁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ। ଜେଜେବାପାଙ୍କ ନାମ ହରିବଂଶ ରାୟ ବଚ୍ଚନ। ପୋଲିସ୍ ଏହାକୁ ବିଶ୍ୱାସ ନକରି, ତାଙ୍କୁ ପଚାରିଥିଲେ କେଉଁ ଅମିତାଭ ବଚ୍ଚନ? ମହିଳା କହିଥିଲେ, କୌନ ବନେଗା କରୋଡପତିର ଅମିତାଭ ବଚ୍ଚନ। ସେ କହିଥିଲେ ତାଙ୍କ ଜେଜେମା ତାଙ୍କ ନାମ ଆରାଧ୍ୟା ଏବଂ ମୋନୀ ରଖିଥିଲେ। ତାଙ୍କୁ ପଚାରାଯିବାରୁ ସେ କେଉଁଠାରେ ରୁହନ୍ତି ? ସେ କହିଥିଲେ ପାକିସ୍ତାନରେ।

ପୋଲିସ ଷ୍ଟେସନରେ ପହଞ୍ଚିଥିବା ମହିଳା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଏପରି ଅଜବ କାର୍ଯ୍ୟ ଜାରି ରଖିଥିଲେ। ଏହା ପରେ ପୋଲିସ୍ ବୁଝିଯାଇଥିଲା ଯେ ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ମହିଳା ଜଣକ ବେଳେବେଳେ ଲାଲୁ ଯାଦବଙ୍କ ନାମ ମଧ୍ୟ ନେଉଥିଲେ। ପରେ ପୋଲିସ କୌଣସି ପ୍ରକାରେ ତାଙ୍କୁ ବୁଝାଇ ଘରକୁ ପଠାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ