ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିଜକୁ ପାର୍ବତୀଙ୍କ ଅବତାର କହୁଛନ୍ତି ମହିଳା, ଶିବଙ୍କୁ ବିବାହ କରିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ ୦୪/୦୬; ଭାରତ-ଚୀନ୍ ସୀମା ନାଭିଡାଙ୍ଗ ଅଞ୍ଚଳରେ ବେଆଇନ ଭାବେ ରହୁଛନ୍ତି ଜଣେ ମହିଳା। ଲକ୍ଷ୍ନୌର ଏହି ମହିଳା ନିଜକୁ ପାର୍ବତୀଙ୍କ ଅବତାର ବୋଲି ଦାବି କରିଛନ୍ତି। ଏଥିସହ ସେ କୈଳାଶ ପର୍ବତ ଯାଇ ଶିବ ଠାକୁରଙ୍କୁ ବିବାହ କରିବାକୁ ଚାହୁଁଥିବା କହିଛନ୍ତି। ନାଭିଡାଙ୍ଗରୁ ତାଙ୍କୁ ହଟାଗଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ କହିଛନ୍ତି।

ମହିଳା ଜଣଙ୍କ ହେଲେ ହରମିନ୍ଦର କୌର। ତାଙ୍କୁ ନାଭିଡାଙ୍ଗରୁ ହଟାଇବା ପାଇଁ ୧୨ ଜଣିଆ ପୋଲିସ ଦଳ ପଠାଯାଇଛି। ମେଡିକାଲ କର୍ମଚାରୀମାନେ ମଧ୍ୟ ଏହି ଦଳରେ ସାମିଲ୍‌ ହୋଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳର ଏହି ମହିଳା ଉପ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଠାରୁ ୧୫ଦିନ ଅନୁମତି ନେଇ ଏଠାକୁ ଆସିଥିଲେ। ପରେ ତାଙ୍କ ମାଆଙ୍କ ସହ ଗୁଞ୍ଜି ଯାଇଥିଲେ। କିନ୍ତୁ ମେ ୨୫ ରେ ଅନୁମତି ଅବଧି ସମାପ୍ତ ହେବା ପରେ ମଧ୍ୟ ସେ ଅଞ୍ଚଳ ଛାଡିବାକୁ ମନା କରିଦେଇଥିଲେ। ପୋଲିସ୍‌ ତାଙ୍କୁ ସେଠାରୁ ହଟିବାକୁ କହିବାରୁ ମହିଳା ଜଣ ନିଜକୁ ପାର୍ବତୀଙ୍କ ଅବତାର ବୋଲି କହିଥିଲେ। ଏବଂ ଭୋଳେନାଥଙ୍କୁ ବିବାହ କରିବେ ବୋଲି କହିଥିଲେ। ମହିଳାଙ୍କ କଥାବାର୍ତ୍ତାରୁ ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ