ଦେଶ ବିଦେଶ ମନୋରଞ୍ଜନ

ନିଜକୁ ଦେଶର ହଟେଷ୍ଟ ଟାର୍ଗେଟ୍ ବୋଲି କହିଲେ ପଙ୍ଗା କ୍ୱିନ୍: ‘ଯଦି ମୁଁ ଡନ୍ ହୋଇଥାନ୍ତି…’

ମୁମ୍ବାଇ ୦୬/୧୨ : ବଲିଉଡ ପଙ୍ଗା କ୍ୱିନ କଙ୍ଗନା ରଣାୱତ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ସେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧା ମହିଳାଙ୍କୁ ନେଇ ଟ୍ୱିଟ କରିଥିଲେ। ଟ୍ୱିଟ୍ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ। ଅନେକ ସେଲିବ୍ରିଟିଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କ ଉପରେ ଖପ୍ପା ହୋଇଥିଲେ। କଙ୍ଗନା ଓ ଦଲଜିତ ଦୋସାଞ୍ଝଙ୍କ ମଧ୍ୟରେ ପୂର୍ବରୁ ହିଁ ଶବ୍ଦ ବାଣ ଚାଲିଥିଲା। ଏପଟେ ମିକା ସିଂହଙ୍କୁ ନେଇ ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ମଧ୍ୟ ସୋସିଆଲ୍ ମିଡ଼ିଆରେ ନାନା କଥା ଶୁଣେଇଛନ୍ତି।

ଜବାବରେ କଙ୍ଗନା ନିଜକୁ ହଟେଷ୍ଟ ଟାର୍ଗେଟ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଆପଣମାନେ କଣ କହୁଛନ୍ତି,ବର୍ତ୍ତମାନ ମୁଁ ହଟେଷ୍ଟ ଟାର୍ଗେଟ। ମୋତେ ଟାର୍ଗେଟ୍ କରନ୍ତୁ ଆଉ ମିଡ଼ିଆର ପ୍ରିୟ ହୋଇଯାଆନ୍ତୁ। ମୁଭି ମାଫିଆ ଆପଣଙ୍କୁ ବଡ ବଡ ରୋଲ ଅଫର୍ କରିବେ, ଆପଣଙ୍କୁ ଫିଲ୍ମ ଦେବେ, ଫିଲ୍ମଫେୟାର ଆୱାର୍ଡ ଦେବେ, ଶିବସେନା ଟିକେଟ ଏବଂ ଆହୁରି ବହୁତ କିଛି। ଯଦି ମୁଁ ଡନ୍ ହୋଇଥାନ୍ତି ତାହେଲେ ୭୨ ଦେଶର ପୋଲିସ ମୋ ପଛରେ ପଡ଼ିଥାନ୍ତି।’


ଖେସାରି ଲାଲ ଯାଦବ କଙ୍ଗନାଙ୍କୁ ଟାର୍ଗେଟ କରି ଟ୍ୱିଟ କରିଥିଲେ। ଖେସାରିଙ୍କ ଟ୍ୱିଟ୍ ପରେ ୟୁଜର୍ସ ପ୍ରତିକ୍ରିୟା ରଖି ତାଙ୍କୁ ହିଁ ନାନା କଥା ଶୁଣେଇଥିଲେ।

Gems of Bollywood ନାମକ ଜଣେ ୟୁଜର କହିଛନ୍ତି, କାହିଁକି ଦେଶର ସମସ୍ତେ କଙ୍ଗନା ରଣାୱତଙ୍କ ବିରୋଧରେ ଏକଜୁଟ ହୋଇଯାଇଛନ୍ତି। ହଠାତ ଦେଶର ଚାଷୀଙ୍କ ପାଇଁ ଏମାନଙ୍କ ମନରେ ଏତେ ଦରଦ କୋଉଠୁ ଆସିଲା। ତାଙ୍କ ଟ୍ୱିଟରେ ପ୍ରତିକ୍ରିୟା ରଖି କଙ୍ଗନା ଏହି ଟ୍ୱିଟ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ