ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ନିଖୋଜ’ ମୁଖ୍ୟମନ୍ତ୍ରୀ ରାଞ୍ଚିରେ: ଆଜି ଇଡି କରିବ ଜେରା

ରାଞ୍ଚି: ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ଧରି ‘ନିଖୋଜ’ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋ‌‌ରେନ୍ ଆଜି ରାଞ୍ଚିରେ ଆସି ପହଂଚିଛନ୍ତି। ଜମି ଦୁର୍ନୀତି ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗତକାଲିଠାରୁ ଖୋଜୁଥିଲା। ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ ସହିତ ଇଡି ଅଧିକାରୀମାନେ ଗତକାଲିଠାରୁ ଦିଲ୍ଲୀ ବିମାନଘାଟୀରେ ଜଗି ରହିଥିବା ବେଳେ ସୋରେନ କାର ଯୋଗେ ରାଞ୍ଚି ଫେରିଛନ୍ତି। ସେ ଏଠାରେ ପହଞ୍ଚିବା ପରେ ରାଜନୈତିକ ଗତିବିଧି ଜୋର ଧରିଛି। ଆସନ୍ତାକାଲି ସେ ଇଡି ଜେରାର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ସେ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା ରହିଛି। ତେଣୁ ତାଙ୍କ ସ୍ଥାନରେ ତାଙ୍କର ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଯୋଜନା ଚାଲିଛି। ଏସଂପର୍କେରେ ସେ ନିଜ ଦଳର ନେତାଙ୍କ ସମେତ ସହଯୋଗୀ ଦଳର ନେତାମାନଙ୍କ ସହିତ ମଧ୍ୟ ବିଚାରବିମର୍ଶ ଚଳାଇଛନ୍ତି।

ଆଜି ଭୋର ସମୟରେ ମୁଖ୍ୟମନ୍ତ୍ରୀ କାର୍‌ ଯୋଗେ ଦିଲ୍ଳୀରୁ ରାଞ୍ଚି ଆସି ପହଞ୍ଚିବା ପରେ ଶାସକ ମେଣ୍ଟ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ତାଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭବନରେ ଅନୁଷ୍ଠିତ ବୈଠକରେ ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆର୍‌ଜେଡିର ବିଧାୟକମାନେ ଉପସ୍ଥିତ ଥିଲେ। ବୈଠକରେ କଣ ଆଲୋଚନା ହେଲା ଏବଂ କିପ୍ରକାର ରଣନୀତି ତିଆରି କରାଯାଇଛି? ଏସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ତେବେ ଯାହା ଜଣାପଡ଼ୁଛି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଭଳି ସେ ମଧ୍ୟ ଜେଲ ଯିବା ପୂର୍ବରୁ ନିଜ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବେ। ଏସଂପର୍କରେ କଳ୍ପନାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ‘ଅପେକ୍ଷା କରନ୍ତୁ। ସବୁ ଜଣାପଡ଼ିଯିବ।’

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜେରା କରିବା ଲାଗି ଇଡି ଅଧିକାରୀମାନେ ପୁଲିସ ବାହିନୀ ଧରି ପ୍ରଥମେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଥିଲେ। କିନ୍ତୁ ସେଠାର ମୁଖ୍ୟମନ୍ତ୍ରୀ ନଥିବା ଜାଣି ଇଡିର ଆଉ ଏକ ଟିମ୍ ରାଞ୍ଚିରେ ସୋରେନଙ୍କ ଘ‌ରେ ଚଢ଼ଉ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନପାଇ ସେମାନେ କହିଥିଲେ ଯେ ସୋରେନ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ଇଡି ଅଧିକାରୀମାନେ ସୋରେନଙ୍କ ଦିଲ୍ଲୀ ବାସଭବନକୁ ପୁଲିସ ସହିତ ୧୩ ଘଣ୍ଟା ଧରି ଘେରି ରହିଥିଲେ। ଦିଲ୍ଲୀ ବିମାନଘାଟୀରେ ମଧ୍ୟ ଜଗି ରହିଥିଲେ। ଗତକାଲି ରାତିରେ ଇଡି ଅଧିକାରୀମାନେ ସୋରେନଙ୍କ ଘରେ ଖାନତଲାସି କରିଥିଲେ। ସୋରେନଙ୍କ ଘରୁ ୨ଟି ବିଏମ୍‌ଡବ୍ଲୁ କାର୍, ୩୬ ଲକ୍ଷ ନଗଦ ଟଙ୍କା ସହ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି। ଇତିମଧ୍ୟରେ ସୋରେନଙ୍କ ବାସଭବନ ବାହାରେ ପୁଲିସ ପହରା ବଢ଼ାଇ ଦିଆଯାଇଛି। ଦିନ ୧୦ଟା ପର୍ଯ୍ୟନ୍ତ ତାଙ୍କ ଘର ବାହାରେ ଲୋକ ଭିଡ଼ କରିବା ଉପରେ ପୁଲିସ କଟକଣା ଲଗାଇବା ସହ ସେଠାରେ ପ୍ରାୟ ୭୦୦୦ ପୁଲିସ ମୁତୟନ ହୋଇଛନ୍ତି। ଜମି ଦୁର୍ନୀତି ମାମଲାରେ ଫସିଥିବା ସୋରେନ କହିଛନ୍ତି, ସେ ନିଖୋଜ ନୁହନ୍ତି। ମୁଁ କୁଆଡ଼େ ଯାଇନାହିଁ, ମୁଁ ଆପଣମାନଙ୍କ ହୃଦୟରେ ଅଛି। ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ୩୬ ଲକ୍ଷ ଟଙ୍କା ମିଳିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସୋରେନ କହିଛନ୍ତି, ସେହି ଟଙ୍କା ଦଳୀୟ କାମ ପାଇଁ ରଖାଯାଇଥିଲା। ବିଜେପି କ’ଣ ତାଙ୍କ ଅଫିସରେ ଟଙ୍କା ରଖୁ ନାହିଁ?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ