ଦେଶ ବିଦେଶ ମନୋରଞ୍ଜନ

ନିଆ ଶର୍ମାଙ୍କ ଗ୍ଲାମରସ୍‌ ଲୁକ୍‌, କାର୍‌ ଭିତରେ କଲେ ହଟ୍‌ ଫଟୋ ସୁଟ୍‌

ମୁମ୍ବାଇ ୧୯।୦୭ : ସୋସିଆଲ୍‌ ମିଡିଆରେ ପୁଣି ନିଆ ଶର୍ମାଙ୍କ ଜଲଓ୍ୱା । କାର୍‌ ଭିତରେ କଲେ ହଟ୍‌ ଫଟୋ ସୁଟ୍‌ । ଯାହାକୁ ନେଇ କମେଣ୍ଟ ବକ୍ସରେ ଭିନ୍ନ ଭିନ୍ନ ମତ ଦେଲେ ଫ୍ୟାନ୍‌ ।

ଖବର ଅନୁଯାୟୀ, ଟିଭି ଇଣ୍ଟଷ୍ଟ୍ରିରେ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅନ୍ୟତମ ନିଆ ଶର୍ମା । ସବୁ ବେଳେ ନିଜର ଫ୍ୟାସନ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି ନିଆ ଶର୍ମା । ଏପିରିକି ତାଙ୍କର ଅତରଙ୍ଗୀ ଡ୍ରେସିଂ ଷ୍ଟାଇଲ୍‌କୁ ନେଇ ମଧ୍ୟ ବିବାଦର ସାମ୍ନା କରିଥାନ୍ତି ନିଆ । କିନ୍ତୁ ସେସବୁକୁ ବେଖାତିର କରିଥାନ୍ତି ନିଆ । ଆଉ ଏବେ ନିଆ ଶର୍ମା ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ଖୁବ୍‌ ଷ୍ଟାଇଲିସ୍‌ ଅନ୍ଦାଜରେ ନଜର ଆସିଛନ୍ତି ନିଆ । ଫଟୋ କ୍ୟାପସ୍‌ନରେ ‘ଇନ୍‌ ଦ କାର୍‌’ ବୋଲି ଲେଖାଯାଇଛି ।

ସେପଟେ ସୋସିଆଲ୍‌ ମିଡିଆରେ ନିଆ ଶର୍ମାଙ୍କୁ ଫଟୋକୁ ନେଇ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଏ ପ୍ରଂଶସା କରୁଥିବା ବେଳେ ଆଉ କିଏ ସମାଲୋଚନା କରୁଛନ୍ତି । ଏପିରିକି କେହି କେହି କମେଣ୍ଟ ବକ୍ସରେ ‘ ମୋଷ୍ଟ ବିୟୁଟିଫୁଲ୍‌ ପର୍ସନ ଇନ୍‌ ଦି ଓ୍ୱାର୍ଲଡ’ ବୋଲି ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୦ରେ ଷ୍ଟାର ପ୍ଲସରେ ଆରମ୍ଭ ହୋଇଥିବା ସିରିୟଲ କାଲି-ଏକ ଅଗ୍ନିପରୀକ୍ଷା ଜରିଆରେ ଟିଭି ଜଗତରେ ପାଦ ଦେଇଥିଲେ ନିଆଁ ଶର୍ମା । କିନ୍ତୁ ଜି ଟିଭିରେ ଆସିଥିବା ‘ଜମାଇ ରାଜା’ ସିରିୟଲ ତାଙ୍କୁ ଘରେ ଘରେ ପରିଚିତ କରିଥିଲେ । ଏହାପରେ ନାଗିନ୍‌ -୪ରେ ନଜର ଆସିଥିଲେ । ଏହାରି ମଧ୍ୟରେ କେତେକେ ଆଉଟମ୍‌ ଓ ଆଲ୍‌ବମ ଗୀତରେ ମଧ୍ୟ ନଜର ଆସିଛନ୍ତି ନିଆଁ ଶର୍ମା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ