ଅପରାଧ ରାଜ୍ୟ

ନିଆଳି ଲୁଟରେ ଜଡ଼ିତ ୩ ଡକାୟତ ଗିରଫ, ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ଲୁଟିଥିଲେ ଟଙ୍କା

ନିଆଳି, ୧୨/୦୭: ତିନି ଆନ୍ତଃ ଜିଲ୍ଲା ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ଗ୍ରାମାଞ୍ଚଳ ନିଆଳି ଥାନା ପୋଲିସ । ପୂର୍ବରୁ ନିଆଳି ଥାନା କପାସି ଗ୍ରାମରେ ଥିବା ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ୱାଉପଲି ଠାରେ ଟଙ୍କା ଲୁଟ କରି କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ନିଆଳି ପୋଲିସ ତିନି ଅନ୍ତଃ ଜିଲ୍ଲା ଡକାୟତଙ୍କୁ ନିଆଳି ଅଞ୍ଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ସେମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ସହ ବିଭିନ୍ନ ମାରଣାସ୍ତ୍ର ଓ ଡ଼କାୟତିରେ ବ୍ୟବହୃତ ଗ।ଡ଼ିକୁ ଜବତ କରିବାରେ ସଫଳ ହୋଇଛି ପୋଲିସ। ୩ ଡକାୟତଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ବହୁ କେସ ଥିବା ପୋଲିସ ସୂଚନା ଦେଇଛି। ଏହି ଡ଼କାୟତଙ୍କ ମଧ୍ୟରୁ ଜଣେ ନିଆଳି ଥାନା ଅଂଚଳର ହୋଇଥିବା ବେଳେ ଆଉ ଦୁଇ ଜଣ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଂଚଳର ବୋଲି ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।