ରାଜ୍ୟ

ନିଃସଙ୍ଗ ଜୀବନ କାଟୁଛନ୍ତି ପକ୍ଷାଘାତ ପୀଡ଼ିତ ବୃଦ୍ଧା

ଜଳେଶ୍ୱର: ଦୁଇ ପୁଅ, ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି। ହେଲେ ସବୁ ଥାଇ ବି ନଥିଲା ପରି। ଫଳରେ ବୟସର ଅପରାହ୍ନରେ ଏକାକି ନିଃସଙ୍ଗ ଜୀବନ କାଟୁଛନ୍ତି ପକ୍ଷାଘାତ ରୋଗରେ ପୀଡ଼ିତ ଜଣେ ବୃଦ୍ଧା। ବିଛଣାରେ ପଡ଼ି କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସେ ହେଲେ; ଜଳେଶ୍ୱର ବ୍ଲକ୍‌ ନାମ୍ପୋ ଗ୍ରାମର ସ୍ବର୍ଗତ ହରେନ୍ଦ୍ର ପରିଡ଼ାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା (୭୦)। ତାଙ୍କ ଦୁଇ ପୁଅ ଅମର ଓ ଅଧୀର କୋଲକତା ଓ ମୁମ୍ବାଇରେ ରହି ଚାକିରି କରନ୍ତି। ୫ ମାସ ତଳେ ଲକ୍ଷ୍ମୀପ୍ରିୟା ହଠାତ୍ ପକ୍ଷାଘାତ ରୋଗର ଶିକାର ହୋଇଥିଲେ। ସେହି ସମୟରେ ବଡ଼ବୋହୂ ଓ ସାନ ପୁଅ ଗାଁ’କୁ ଆସି ମା’ର ସେବା କରିଥିଲେ। କିଛି ଦିନ ପରେ ଲକ୍ଷ୍ମୀପ୍ରିୟା ସୁସ୍ଥ ହୋଇଥିଲେ ଏବଂ ପୁଅବୋହୂ ତାଙ୍କୁ ଛାଡ଼ି ପୁଣି ଯାଇଥିଲେ। ସେମାନେ ଛାଡ଼ିଯିବାର କିଛି ସପ୍ତାହ ପରେ ଲକ୍ଷ୍ମୀପ୍ରିୟା ଆଉଥରେ ପକ୍ଷାଘାତର ଶିକାର ହୋଇଥିଲେ।

ସବୁ ଜାଣି ବି ଆସୁନାହାନ୍ତି ୨ ପୁଅ ଓ ବୋହୂ
ମହାନତା ଦେଖାଇ ସେବା କରୁଛନ୍ତି ସମିତି ସଦସ୍ୟା
ଦୁଇ ଭଣଜାଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମାମୁ

ସେ ଏବେ ବିଛଣାରୁ ଉଠି ପାରୁନାହାନ୍ତି। ତାଙ୍କର ଏପରି ଅବସ୍ଥା ଦେଖି ରାଇବଣିଆ ଥାନା ସରଡ଼ିହା ଗାଁ’ରେ ଥିବା ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ ଗ୍ରାମବାସୀ। ବାପଘର ଲୋକେ ଆସି କିଛିଦିନ ଭଲମନ୍ଦ କଥା ବୁଝାବୁଝି କରି ପୁଣି ଫେରିଯାଇଥିଲେ। ଏବେ ନାମ୍ପୋ ସମିତି ସଦସ୍ୟା ସସ୍ମିତା ପରିଡ଼ା ଓ ତାଙ୍କ ସ୍ୱାମୀ ସୁଶୀଲ ପରିଡ଼ା ସବୁଦିନ ବୃଦ୍ଧାଙ୍କ ଘରକୁ ଯାଇ ତାଙ୍କ ସେବାଯତ୍ନ କରୁଛନ୍ତି। ହେଲେ ଏହା ଭିତରେ ମାସେ ବିତିଯାଇଥିଲେ ବି ଦୁଇ ପୁଅ ମା’ ପାଖକୁ ଆସୁନାହାନ୍ତି। ବାରମ୍ବାର ଫୋନ୍‌ରେ ଯୋଗାଯୋଗ କଲେ ବି କିଛି କହୁନାହାନ୍ତି। ଅନ୍ୟ ଉପାୟ ନପାଇ ଲକ୍ଷ୍ମୀପ୍ରିୟାଙ୍କ ଭାଇ ରାମହରି ଦାସ ଏନେଇ ଗତ ସପ୍ତାହରେ ନାମ୍ପୋ ଫାଣ୍ଡିରେ ଦୁଇ ଭଣଜାଙ୍କ ବିରୋଧରେ ଏତଲା ଦେଇଥିଲେ। ତଥାପି ପୁଅବୋହୂ ଆସୁନାହାନ୍ତି। ଏପଟେ ଲକ୍ଷ୍ମୀପ୍ରିୟାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲୋଡ଼ିଛନ୍ତି ସମିତି ସଦସ୍ୟା ଶ୍ରୀମତୀ ପରିଡ଼ା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।