କଳା ଓ ସଂସ୍କୃତି ଧର୍ମ

ନା ମୂର୍ତ୍ତି ନା ଶିବଲିଙ୍ଗ: ଏହି ମନ୍ଦିରରେ ପୂଜାପାଏ ଭଗବାନ ଶିବଙ୍କ ଗୋଡ ଆଙ୍ଗୁଠି

ମାଉଣ୍ଟ ଆବୁ ୦୪/୧୦ : ଆପଣ ଅନେକ ଶିବ ମନ୍ଦିରର ମହତ୍ତ୍ୱ ବିଷୟରେ ଶୁଣିଥିବେ। ଏମିତି ଅନେକ ଶିବ ମନ୍ଦିର ଓ ଶିବଲିଙ୍ଗ ଦର୍ଶନ ମଧ୍ୟ କରିଥିବେ ଯାହାର ମହିମା ଅନେକ। ଭାରତରେ ଭଗବାନ ଶିବଙ୍କ ଏମିତି ଏକ ମନ୍ଦିର ଅଛି ଶିବଙ୍କ ଗୋଡ ଆଙ୍ଗୁଠି ପୂଜା ପାଏ। ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ କିନ୍ତୁ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଶିବଙ୍କ ଆଙ୍ଗୁଠିକୁ ପୂଜା କରାଯାଏ।

ରାଜସ୍ଥାନ ମାଉଣ୍ଟ ଆବୁରେ ସ୍ଥାପିତ ଅଚଳେଶ୍ୱର ମହାଦେବ ମନ୍ଦିରରେ ଭଗବାନ ଶିବଙ୍କ ଡାହାଣ ଗୋଡ ଆଙ୍ଗୁଠି ପୂଜା କରାଯାଏ। ଏହି ମନ୍ଦିର ମାଉଣ୍ଟ ଆବୁରୁ ୧୧ କିଲୋମିଟର ଦୂର ଉତ୍ତର ଅଚଳଗଡ ପାହାଡ ଉପରେ ଅବସ୍ଥିତ। ଏହା ପ୍ରଥମ ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଶିବଲିଙ୍ଗ ପୂଜା କରାଯାଏ ନାହିଁ ବରଂ ଶିବଙ୍କ ଆଙ୍ଗୁଠି ପୂଜା କରାଯାଏ। ଏହି ବିଶାଳ ପର୍ବତ ଶିବଙ୍କ ଆଙ୍ଗୁଠି ପାଇଁ ହିଁ ଏବେ ସୁଦ୍ଧା ସୁରକ୍ଷିତ ଅଛି ବୋଲି କୁହାଯାଏ। ଶିବଙ୍କ ଆଙ୍ଗୁଠି ନଥିଲେ ଏହି ପାହାଡ ନଷ୍ଟ ହୋଇଯାଇଥାନ୍ତା ବୋଲି ଲୋକେ ବିଶ୍ୱାସ କରନ୍ତି।

ମାଉଣ୍ଟ ଆବୁର ଅଚଳେଶ୍ୱର ମନ୍ଦିରର ଏକ ପୌରାଣିକ କଥା ଅଛି। କଥା ଅନୁଯାୟୀ, ଥରେ ଅର୍ବୁଦ ପର୍ବତରେ ସ୍ଥିତ ନନ୍ଦୀବର୍ଦ୍ଧନ ହଲିବାକୁ ଲାଗିଲା। ସେତେବେଳେ ପର୍ବତରେ ନନ୍ଦୀ ମଧ୍ୟ ଥିଲେ। ପର୍ବତ ହଲିବା କାରଣରୁ ହିମାଳୟରେ ତପସ୍ୟା କରୁଥିବା ଶିବଙ୍କ ତପସ୍ୟାରେ ବିଘ୍ନ ଘଟିଥିଲା ଓ ତାଙ୍କ ତପସ୍ୟା ଭଙ୍ଗ ହୋଇଥିଲା। ନନ୍ଦୀଙ୍କୁ ବନ୍ଚିଵାକୁ ଶିବ ହିମାଳୟରୁ ହିଁ ନିଜ ଆଙ୍ଗୁଠିକୁ ଅର୍ବୁଦ ପର୍ବତ ଯାଏଁ ପହଞ୍ଚାଇଦେଲେ ଓ ପର୍ବତକୁ ହଲିବାରେ ଅଟକାଇ ସ୍ଥିର କରିଦେଲେ।

ସେଥିପାଇଁ ଅର୍ବୁଦ ପର୍ବତକୁ ଶିବଙ୍କ ଆଙ୍ଗୁଠି ଟେକି ରଖିଛି। ସେବେଠାରୁ ଏହି ମନ୍ଦିରରେ ଶିବଙ୍କ ଆଙ୍ଗୁଠି ପୂଜା କରାଯାଏ। ଏହା ବହୁତ ପ୍ରାଚୀନ ମନ୍ଦିର।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ