କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ନା ମାସ୍କ, ନା ସାମାଜିକ ଦୂରତା: ନୂଆବର୍ଷରେ ଭଗବାନଙ୍କ ଦର୍ଶନ ପାଇଁ ବାଙ୍କେ ବିହାରୀ ମନ୍ଦିରରେ ଜନସମୁଦ୍ର

ମଥୁରା ୦୨/୦୧ : ନୂଆବର୍ଷରେ ଭଗବାନଙ୍କ ଦର୍ଶନ ମହଙ୍ଗା ପଡିଲା। ଭଗବାନଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା କରୋନା ଭୟ ଉପରେ ଭାରି ପଡିଲା। ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଜାନୁଆରୀ ୧ ତାରିଖରେ ଜନସମୁଦ୍ର ଦେଖିବାକୁ ମିଳିଥିଲା। ନୂଆବର୍ଷର ପ୍ରଥମ ଦିନରେ ବାଙ୍କେ ବିହାରୀ ମନ୍ଦିରରେ ସକାଳୁ ଲୋକଙ୍କ ଭିଡ ଜମିଥିଲା। ମଙ୍ଗଳ ଆଳତିରୁ ଶୟନ ଆଳତି ଯାଏଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା।

ନୂଆବର୍ଷ ପ୍ରଥମ ଦିନକୁ ସ୍ୱାଗତ କରିବାକୁ ଯାଇ ମନ୍ଦିରକୁ ବହୁତ ସୁନ୍ଦର ଭାବେ ସଜାଯାଇଥିଲା। ଠାକୁରଙ୍କୁ ମଧ୍ୟ ନୂଆ ପୋଷାକ ପିନ୍ଧାଯାଇଥିଲା।

କରୋନା କାଳରେ ଲୋକଙ୍କ ଏହି ଭିଡ ନିୟନ୍ତ୍ରଣ କରିବାକୁ କେବଳ ମନ୍ଦିର ସେବାୟତ ନୁହେଁ ବରଂ ପୋଲିସ ପ୍ରଶାସନ ମଧ୍ୟ ବିଫଳ ହୋଇଥିଲା। ଫଳରେ କରୋନା ନିୟମର ଧଜ୍ଜିୟା ଉଡିଯାଇଥିଲା। ବାଙ୍କେ ବିହାରୀ ମନ୍ଦିର ବାହାରେ ମଧ୍ୟ ସମସ୍ତ ଗଳିରେ ଭକ୍ତଙ୍କ ଭିଡ ଲାଗିଥିଲା। କୌଣସି ଗଳିକନ୍ଦି ବାକି ନଥିଲା। ଭକ୍ତ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତା ପ୍ରତି କାହାର ଦୃଷ୍ଟି ଥିଲା। ଶ୍ରଦ୍ଧାଳୁଙ୍କ ଭିଡ ଏତେ ଥିଲା ଯେ ଲୋକ ପରସ୍ପର ସହ ଧକ୍କା ହେଉଥିଲେ।


ସ୍ଥାନୀୟ ଲୋକ ଓ ସେବାୟତ କହଛନ୍ତି ଯେ ନୂଆବର୍ଷର ପ୍ରଥମ ଦିନରେ ବାହାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। ଅଳ୍ପ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଥିଲେ। ତେବେ ଯେଉଁମାନେ ଭଗବାନଙ୍କ ଦର୍ଶନ ପାଇଁ ଆସିଥିଲେ ସେମାନଙ୍କ ମନରେ କରୋନାକୁ ନେଇ କୌଣସି ଡର ଭୟ ନଥିବା ଭଳି ଜଣାପଡୁଥିଲା। ଅନ୍ୟ ଦିନ ଭଳି ନୂଆବର୍ଷର ପ୍ରଥମ ଦିନରେ ବାଙ୍କେ ବିହାରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ସେବାୟତ ଭକ୍ତଙ୍କ ଠାରୁ ଦୂରତା ପାଳନ କରିବାକୁ ଚେଷ୍ଟା କରିଥିଲେ।

କରୋନା ନିୟମକୁ ଖାତିର ନ କରି ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିବା ଶ୍ରଦ୍ଧାଳୁ ଭକ୍ତି ଭାବର ସହ ଦର୍ଶନ କରିଥିଲେ। କିଛି ଶ୍ରଦ୍ଧାଳୁ କହିଥିଲେ, ବର୍ଷର ପ୍ରଥମ ଦିନରେ ଭଗବାନଙ୍କ ଦର୍ଶନ ହେଲା, ତାଠାରୁ ଭଲ କଥା ଆଉ କଣ ହୋଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ