ଦେଶ ବିଦେଶ ମନୋରଞ୍ଜନ

ନାସିରୁଦ୍ଦିନ ଶାହଙ୍କ ପୁଅ ଭିଭାନ ଶାହ କରୋନାରେ ସଂକ୍ରମିତ : ରହିଛନ୍ତି ଆଇସୋଲେସନରେ


ମୁମ୍ବାଇ ୩/୧୧: ବଲିଉଡ ଅଭିନେତା ଭିଭାନ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଦିଗ୍ଗଜ ଅଭିନେତା ନାସିରୁଦ୍ଦିନ ଶାହଙ୍କ ପୁଅ। ଭିଭାନ ଶାହ କିଛି ଦିନ ହେବ ନିଜ ଓ୍ବେବ୍ ସିରିଜ ‘ଏ ସୁଟେବଲ୍ ବୟ’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏବେ ସୂଚନା ମିଳିଛି ଯେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

ଗତ ସପ୍ତାହରେ ଭିଭାନ୍ ଶାହଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା ଯାହା ପରେ ସେ କରୋନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଭିଭାନ୍ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି।

ସାଧାରଣ ଜନତାଙ୍କଠୁ ଆରମ୍ଭ କରି ନାମୀଦାମୀ ବ୍ୟକ୍ତି କରୋନା ଭାଇରସର ସମ୍ମୁଖୀନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଫିଲ୍ମ ଷ୍ଟାର ମଧ୍ୟ ସାମିଲ ରହିଛନ୍ତି। ଏବେ ସୁଦ୍ଧା ଅମିତାଭ ବଚ୍ଚନ,ଅଭିଷେକ ବଚ୍ଚନ,ଐଶ୍ବର୍ଯ୍ୟା ରାୟ ବଚ୍ଚନ,ଆରାଧ୍ୟା,ମଲାଇକା ଅରୋରା,ଅର୍ଜ୍ଜୁନ କପୁର,ହିମାଂଶୀ ଖୁରାନା ଏବଂ ହର୍ଷବର୍ଦ୍ଧନ ରାଣେ ମଧ୍ୟ କରୋନାର ଶିକାର ହୋଇସାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ