ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନାସିକ ବାଳକଙ୍କ ନୂଆ ସାଇକ୍ଲିଂ କୀର୍ତ୍ତିମାନ, ୮ ଦିନରେ କାଶ୍ମୀରରୁ କନ୍ୟାକୁମାରୀ

ନାସିକ: ନାସିକର ଓମ୍ ମହାଜନ ନାମକ ଜଣେ ୧୭ ବର୍ଷୀୟ ନାବାଳକ ନୂଆ ସାଇକ୍ଲିଂ କୀର୍ତ୍ତିମାନ କରିଛନ୍ତି। କାଶ୍ମୀରରୁ କନ୍ୟାକୁମାରୀ ଦୀର୍ଘ ୩୬୦୦ କିଲୋମିଟର ଦୂରତାକୁ ମାତ୍ର ୮ ଦିନ ୭ ଘଣ୍ଟା ଓ ୩୮ ମିନିଟ୍‌ ସମୟରେ ଅତିକ୍ରମ କରିଛନ୍ତି ସେ। ଏଭଳି କରିବାରେ ଦେଶର ଦ୍ରୁତତମ ସାଇକ୍ଲିଷ୍ଟ ହୋଇଛନ୍ତି ଓମ୍। ଗତ ସପ୍ତାହର ଏକ ଶିତୁଆ ରାତିରେ ନିଜର ଏହି ଦୁଃସାସିକ ଅଭିଯାନ ଶ୍ରୀନଗରରୁ ଆରମ୍ଭ କରିଥି‌ଲେ ସେ। ମଧ୍ୟପ୍ରଦେଶର ପ୍ରବଳ ବର୍ଷାକୁ ସଫଳତାର ସହ ମୁକାବିଲା କରି ଦକ୍ଷିଣ ଭାରତରେ ପ୍ରବେଶ କରିବା ସହ ଶେଷରେ କନ୍ୟାକୁମାରୀରେ ଶନିବାର ରାତିରେ ପହଞ୍ଚିଥିଲେ। ସଂଯୋଗବଶତଃ ଶ୍ରୀନଗରରୁ କନ୍ୟାକୁମାରୀ ପହଞ୍ଚିବାର ଗିନିଜ୍ ବୁକ୍ ଅଫ୍ ରେକର୍ଡସ ଓମ୍‌ଙ୍କ ଦାଦା ମହେନ୍ଦ୍ର ମହାଜନଙ୍କ ନାମରେ ଥିଲା। ତେବେ ନିକଟରେ ତାଙ୍କର ଏହି କୀର୍ତ୍ତିମାନକୁ ସେନା ବାହିନୀର ଭରତ ପନ୍ନୁ ଭାଙ୍ଗି ଦେଇଥିଲେ। ପନ୍ନୁ ଏହି ଦୂରତାକୁ ୮ ଦିନ ୯ ଘଣ୍ଟାରେ ପୂରଣ କରିଥିଲେ। ଏବେ ଓମ୍ ନିଜ ନାଁରେ ଏହି କୀର୍ତ୍ତିମାନକୁ କରିନେଇଛନ୍ତି। ଫଳରେ ସାଇକ୍ଲିଂ କୀର୍ତ୍ତିମାନ ମହାଜନ ପରିବାରକୁ ପୁନର୍ବାର ଫେରିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ