ଅପରାଧ ରାଜ୍ୟ

ନାଳରୁ ମିଳିଲା ମହିଳାଙ୍କ ମୃତଦେହ, ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିଲେ

ଢେଙ୍କାନାଳ ୨୪/୦୮: ନାଳକୁ ଶୌଚ ହେବାକୁ ଯାଇ ବୁଡି ଯାଇଥିଲେ ମହିଳା । ଆଉ ଆଜି ସକାଳେ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଙ୍କୁଲେଇ ଗ୍ରାମ ନିକଟସ୍ଥ ବଡ଼ ଜୋରା ନାଳରୁ ଏହି ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ମୃତ ମହିଳା ଜଣଙ୍କ ଶାଙ୍କୁଲେଇ ଗ୍ରାମର ପ୍ରମୋଦ ରାଉତଙ୍କ ପତ୍ନୀ ବୀଣାପାଣି ରାଉତ ବୋଲି ଜଣାପଡିଛି । ଗତ ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ତାଙ୍କୁ ଗତ ରାତିରେ ଖୋଜା ଖୋଜି କରି ପାଇନଥିଲେ ।

ମାତ୍ର ଆଜି ସକାଳେ ତବକ ମୃତଦେହ ନାଳରେ ଭାସୁଥିବା ଦେଖି ଗାଁ ଲୋକେ ଉଦ୍ଧାର କରିଥିବା ପ୍ରକାଶ କରିଛନ୍ତି । ନାଳକୁ ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଥିବା ଗ୍ରାମବାସୀ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।