ଅପରାଧ ରାଜ୍ୟ

ନାଳରୁ ମିଳିଲା ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ, ସଭାକୁ ଯାଇ ଆଉ ଫେରିନଥିଲେ

ବାଂଶପାଳ ୩୧।୧୦ : ଗାଁ ନିକଟ ନାଳରୁ ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ । ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା ତଳଯାଗର ଗାଁର ଭଗବାନ ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତଳଯାଗର ଗାଁର ୱାର୍ଡ ମେମ୍ବର ଭଗବାନ ଦେହୁରୀ ରବିବାର କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଇଥିଲେ। ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ତାଙ୍କ ମୃତଦେହ ଗାଁ ନିକଟ ନାଳରେ ପଡିଥିବାର ଦେଖିବାକୁ ମିଳିଥିଲା । ନାଳରେ ମୃତଦେହ ଭାସୁଥିବା ବେଳେ ନାଳ କଡରେ ତାଙ୍କ ଚପଲ ଓ କାଗଜ ପତ୍ର ପଡିଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।