ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଲ୍‌କୋ ଏସ୍‌ଭିଏମ୍‌ରେ ୫୧ ଶିକ୍ଷକ ପଦ ଖାଲି, ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନାଲକୋନଗର : ଶିକ୍ଷା ବିକାଶ ସମିତି ସହବନ୍ଧିତ ନାଲକୋ ପରିଚାଳନା ଅନ୍ତର୍ଭୁକ୍ତ ନାଲ୍‌କୋ ସରସ୍ବତୀ ବିଦ୍ୟା ମନ୍ଦିର ରାଜ୍ୟର ଏକ ଶ୍ରେଷ୍ଠ ସ୍କୁଲ୍‌ ଭାବେ ପରିଗଣିତ। ଗତ ୫ ବର୍ଷଧରି ଲଗାତର ଭାବେ ରାଜ୍ୟ ସରକାରଙ୍କ ଠାରୁ ଏହା ‘ବେଷ୍ଟ ସ୍କୁଲ ଆୱାର୍ଡ’ ହାସଲ କରିଛି। ଏହି ସ୍କୁଲ୍‌ର ଅନେକ ଛାତ୍ରଛାତ୍ରୀ ବହୁ ଉଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି। ମାତ୍ର ସ୍କୁଲ୍‌ରେ ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ନାଲ୍‌କୋ ସରସ୍ବତୀ ବିଦ୍ୟାମନ୍ଦିରରେ ନର୍ସରୀଠାରୁ ଆରମ୍ଭକରି ଯୁକ୍ତଦୁଇ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ନାଲ୍‌କୋ କର୍ମଚାରୀ, ଠିକାଶ୍ରମିକ, ପାରିପାର୍ଶ୍ବିକ ଗାଁର ପିଲା ଏଠାରେ ପଢ଼ୁଛନ୍ତି। ଚଳିତ ବର୍ଷ ଏହି ସ୍କୁଲ୍‌ରେ ୧୯୫୦ ଜଣ ଛାତ୍ରୀଙ୍କ ସମେତ ମୋଟ ୩୫୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ବିଭିନ୍ନ ଶ୍ରେଣୀର ସେକ୍ସନ ମିଶାଇ ମୋଟ ୮୦ଟି ସେକ୍ସନ ରହିଛି। ବିଦ୍ୟାଳୟ ପାଇଁ ୧୪୫ଟି ଶିକ୍ଷକ/ ଶିକ୍ଷୟିତ୍ରୀ ପଦ ମଞ୍ଜୁର ହୋଇଥିବାବେଳେ ବର୍ତ୍ତମାନ ୧୩ ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସମେତ ୯୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅଛନ୍ତି। ବିଭିନ୍ନ ବିଭାଗର ୫୧ଟି ଶିକ୍ଷକ ପଦ ଖାଲି ପଡ଼ିଛି। ଚଳିତବର୍ଷ ଶେଷ ସୁଦ୍ଧା ଆଉ ୯ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅବସର ନେବେ। ଇଂରାଜୀ, ଓଡ଼ିଆ, ବିଜ୍ଞାନ, ଗଣିତ,ସାମାଜିକ ବିଜ୍ଞାନ ପ୍ରଭୃତି ମୁଖ୍ୟ ପାଠ୍ୟ ବିଷୟ ସମେତ ନୃତ୍ୟ, ଗୀତ, ଖେଳ, କମ୍ପ୍ୟୁଟର ବିଭାଗରେ ଶିକ୍ଷକ ଅଭାବ ଅଛନ୍ତି। ତେଣୁ ଜଣେ ଶିକ୍ଷକଙ୍କୁ ୬ଟିରୁ ୧୦ଟି ପର୍ଯ୍ୟନ୍ତ ପିରିୟଡ଼ରେ ପଢ଼ାଇବାକୁ ପଢ଼ୁଛି। ଶିକ୍ଷକମାନେ ଛୁଟି ନେବା କଷ୍ଟକର ହେଉଛି। ୨୦୧୭ ମସିହାରେ ଶେଷ ଥର ପାଇଁ ଏଠାରେ ୭ ଜଣ ନିଯୁକ୍ତି ପାଇଥିଲେ। ତା’ପରଠାରୁ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି।

ସେହିପରି ନାଲ୍‌କୋ ଡିପିଏସ୍‌ (ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌)ରେ ସମାନ ଅବସ୍ଥା। ଏହି ସ୍କୁଲ୍‌ରେ ନର୍ସରୀଠାରୁ ଯୁକ୍ତ୨ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ ୩୦୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଠାରେ ୧୩୫ରୁ ୧୪୦ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ଆବଶ୍ୟକ ଥିବାବେଳେ ଅଛନ୍ତି ୮୨ ଜଣ। ଫଳରେ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ଦୈନିକ ୫ ବା ୬ଟି କ୍ଲାସ୍ ବଦଳରେ ୭ରୁ ୮ଟି କ୍ଲାସ୍‌ କରିବାକୁ ପଡ଼ୁଛି। ଏଠାରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଏଥିଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିଚାଲିଛି। ଏ ସମ୍ପର୍କରେ ନାଲକୋ ଇଡି ଭୀମସେନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ‘ନାଲ୍‌କୋ ଏସ୍‌ଭିଏମ୍‌ ଓ ଡିପିଏସ୍‌ରେ ଶିକ୍ଷକ ଅଭାବରୁ ଶିକ୍ଷାଦାନରେ ସମସ୍ୟା ହେଉଥିବା ଖବର ଆମକୁ ମିଳିଛି। ନାଲ୍‌କୋ ପ୍ରଶାସନିକ ସ୍ତରରେ ଆଲୋଚନାକରି ଶିକ୍ଷକ ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତି ଚାଲିଛି।’

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।