ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଲ୍‌କୋକୁ ‘ପାଉଁଶ ଅଡ଼ୁଆ’, ସିପିପି ପ୍ଲାଣ୍ଟ୍‌କୁ ବନ୍ଦ କରିବାକୁ ସୁପାରିସ

ନାଲକୋନଗର : ଗୋଟିଏ ପଟେ କୋଇଲା ସଂକଟ ନବରତ୍ନ କମ୍ପାନି ନାଲ୍‌କୋର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ପ୍ରସଙ୍ଗରେ ଅଡ଼ୁଆରେ ପକାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଦୈନିକ ନିର୍ଗତ ହେଉଥିବା ପାଉଁଶ ରଖିବାକୁ ଜାଗା ନାହିଁ, ତେଣୁ ପାଉଁଶ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସିପିପି ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ସୁପାରିସ କରିଛି। ପ୍ରଦୂଷଣ ବିଭାଗର ଚିଠି ପରେ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି।

ନାଲ୍‌କୋରେ ପାଉଁଶ ନିଷ୍କାସନ ବ୍ୟବସ୍ଥା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଏକ୍କା ଦୁଇଦିନ ତଳେ ନାଲ୍‌କୋର ପାଉଁଶ ପରିଚାଳନା ବ୍ୟବସ୍ଥା ପରଖିଥିଲେ। ସେଥିରୁ ସେ ଜାଣିବାକୁ ପାଇଛନ୍ତି, ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର(ସିପିପି)ରେ ଥିବା ମୋଟ୍ ୧୦ଟି ବିଦ୍ୟୁତ୍‌ ୟୁନିଟ୍ ମଧ୍ୟରୁ କୋଇଲା ସଂକଟ ପାଇଁ ୫ଟି ବନ୍ଦ ଥିବା ବେଳେ ଅବଶିଷ୍ଟ ୫ଟି ୟୁନିଟ୍‌ରୁ ଦୈନିକ ପ୍ରାୟ ୫ହଜାର ୫୦୦ ମେଟ୍ରିକ୍‌ ଟନ୍‌ର ପାଉଁଶ ନିର୍ଗତ ହେଉଛି।

ବୋର୍ଡର କହିବା ମୁତାବକ, ପୂର୍ବରୁ ଦୈନିକ ଯାହା ବି ପାଉଁଶ ବାହରୁଥିଲା, ନାଲ୍‌‌କୋ କର୍ତ୍ତୃପକ୍ଷ ତାକୁ ଲିନ୍‌ସ୍ଲରି ପ୍ରକଳ୍ପ ଜରିଆରେ ଭରତପୁର ଓପନ୍‌-କାଷ୍ଟ କୋଇଲା ଖଣିରେ ଭର୍ତ୍ତି କରି ଦେଉଥିଲେ। କିନ୍ତୁ ଗତ ୧୩ ତାରିଖରୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଲିନ୍‌ସ୍ଲରି ପ୍ରକଳ୍ପ ବନ୍ଦ ହୋଇପଡ଼ିଛି। ନାଲକୋ ତା’ର ପାଉଁଶକୁ ଆଉ କୋଇଲା ଖଣିକୁ ନିଷ୍କାସନ କରି ପାରୁନାହିଁ। ତେଣୁ ତା’ର ବିକଳ୍ପ ସମାଧାନସ୍ବରୂପ ନାଲ୍‌କୋ କର୍ତ୍ତୃପକ୍ଷ ପୂର୍ବରୁ ପୂର୍ଣ୍ଣାଙ୍ଗ ହୋଇଥିବା ନିଜସ୍ବ ପାଉଁଶ ପୋଖରୀ-୧ ଓ ପାଉଁଶ ପୋଖରୀ-୨ ଉପରେ ନଜର ପକାଇଥିଲା। ପାଉଁଶ ପୋଖରୀ-୧ରୁ କିଛି ଶୁଖିଲା ପାଉଁଶକୁ ପୋଖରୀ ନମ୍ବର-୨କୁ ସ୍ଥାନାନ୍ତର କରି ଏକ ନମ୍ବର ପାଉଁଶ ପୋଖରୀରେ ଜାଗା ବାହାର କରିଥିଲା। ସେଥିରେ ଏବେକାର ନିର୍ଗତ ପାଉଁଶ ସବୁ ଭର୍ତ୍ତି କରି ଚାଲିଛି। କିନ୍ତୁ ଏହା ବିପଦର କାରଣ ହୋଇପାରେ ବୋଲି ବୋର୍ଡ ଆଶଙ୍କା କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।