ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଲ୍‌କୋକୁ ନିଅଣ୍ଟ, ୨୪ ଗାଁରେ ଜଳ ସଂକଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅନୁଗୁଳ : ୨୪ ଗାଁରେ ଜଳ ସଂକଟ। ଓଳିଏ ମିଳିଲେ, ଓଳିଏ ନାହିଁ। କେବେ କେବେ ଦିନେ ଦୁଇ ଦିନ ବି ଗଡ଼ି ଯାଉଛି। କିନ୍ତୁ ଠିକ୍‌ ଭାବେ ପାଣି ମୁନ୍ଦାଏ ମିଳି ପାରୁନାହିଁ। ନାଲ୍‌କୋ ପାରିପାର୍ଶ୍ବିକ ୨୪ଟି ଗାଁରେ ଏମିତି ପରିସ୍ଥିତି ଉପୁଜିଥିବା ବେଳେ ଆଗକୁ ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ଜଳ ସଂକଟ ଦେଖାଦେବ। ସମସ୍ୟାର ସମାଧାନ ପାଇଁ ଜଳ ସମ୍ପଦ ବିଭାଗ ଏବଂ ନାଲ୍‌କୋ କର୍ତୃପକ୍ଷଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଖୋଦ୍‌ ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଏହି ଚିନ୍ତା ପ୍ରକଟ କରିଛନ୍ତି।

ସୂଚନା ମୁତାବକ ୨୪ଗାଁର ଜଳଯୋଗାଣ ଦାୟିତ୍ବ ନବରତ୍ନ କାରଖାନା ନାଲକୋକୁ ଦିଆଯାଇଥିଲା। ବଅଁରପାଳ ବ୍ଲକ୍‌ର ଗୋତମରା, ବଳରାମପ୍ରସାଦ, ଭୋଗବେରେଣୀ, ବନ୍ଦା ଏବଂ ତୁଳସୀପାଳ ପଞ୍ଚାୟତ ସହିତ ଅନୁଗୁଳ ବ୍ଲକ୍‌ର ବାରସିଂହା ଏବଂ ବାଦିବାହାଳ ଗାଁକୁ ଜଳଯୋଗାଣ କରିବାକୁ ନାଲ୍‌କୋ ସହିତ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗର ଏମ୍‌ଓୟୁ ହୋଇଥିଲା। ଯେହେତୁ ଏହି ଗାଁଗୁଡ଼ିକ ନାଲକୋ ଦ୍ବାରା ପ୍ରଭାବିତ, କିଛି ଅଞ୍ଚଳ ଫ୍ଲୋରାଇଡ୍‌ ପାଇଁ ଆତଙ୍କିତ, ତେଣୁ ନାଲ୍‌କୋ ଏହି ୨୪ଗୋଟି ଗାଁକୁ ପାଣି ଯୋଗାଇବ। ପାଣି ସିଧାସଳଖ ଗାଁକୁ ଦେବନାହିଁ, ବରଂ ବ୍ରାହ୍ମଣୀରୁ ନିଜ କାରଖାନା ପାଇଁ ଯେତିକି ପାଣି ଉଠାଇବ, ସେଥିରୁ କିଛି ପାଣି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦେବ। ଜଳ ଯୋଗାଣ ବିଭାଗ ସେହି ପାଣିକୁ ବିଶୁଦ୍ଧ କରି ଲୋକଙ୍କ ପାଖରେ ପହଞ୍ଚାଇବ। ସେଥିପାଇଁ ଦୈନିକ ୪.୮ମିଲିୟନ୍‌ ଲିଟର/ପ୍ରତିଦିନ ଅର୍ଥାତ୍‌ ଦୈନିକ ୪୮ଲକ୍ଷ ଲିଟର ପାଣି ଦେବାକୁ ଏମ୍‌ଓୟୁରେ କୁହାଯାଇଥିଲା।

ଲୋଡ଼ା ଦୈନିକ ୪୮ଲକ୍ଷ ଲିଟର, ମିଳୁଛି ମାତ୍ର ୩୫ଲକ୍ଷ ଲିଟର
ଉପ-ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ
ବ୍ରାହ୍ମଣୀରେ ବ୍ୟାରେଜ୍‌ କରିବାକୁ ନାଲ୍‌କୋ ଦେଲା ପ୍ରସ୍ତାବ

ତତ୍‌ ମୁତାବକ, ନାଲ୍‌କୋ କର୍ତୃପକ୍ଷ ବ୍ରାହ୍ମଣୀରେ ଇନ୍‌-ଟେକ୍‌ ୱେଲ୍ କରି ଜଳ ଟାଣୁଛନ୍ତି। କିନ୍ତୁ, ଗଲା କିଛିବର୍ଷ ହେଲା ନାଲ୍‌କୋର ପାନୀୟ ଜଳଯୋଗାଣ ବ୍ୟାହତ ହୋଇଛି। ଦୈନିକ ୪.୮ଏମ୍‌ଏଲ୍‌ଡି ବଦଳରେ ନାଲକୋ ୩/୩.୫ଏମ୍‌ଏଲ୍‌ଡି ପାଣି ଯୋଗାଉଛି। ଯାହାକି, ପର୍ଯ୍ୟା‌ପ୍ତ ନୁହେଁ। ଏ ସମସ୍ୟା ପାଇଁ ଖରାଦିନେ ଲୋକେ ହଇରାଣ ହେଉଛନ୍ତି। ତେଣୁ, ସମସ୍ୟାର ସମାଧାନ ପାଇଁ ଉପ-ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା। କେମିତି ୨୪ଗୋଟି ଗାଁକୁ ପାଣି ମିଳି ପାରିବ, ତା ଉପରେ ବିସ୍ତୃତ ଆଲୋଚନା ହୋଇଛି।

ନାଲ୍‌କୋ କର୍ତୃପକ୍ଷଙ୍କ କହିବା ମୁତାବକ ଗଲା କିଛିବର୍ଷ ମଧ୍ୟରେ ବ୍ରାହ୍ମଣୀ ଜଳସ୍ରୋତର ଗତିପଥ ବଦଳିଛି। ତେଣୁ ବ୍ରାହ୍ମଣୀରେ ତିଆରି ଇନ୍‌-ଟେକ୍‌ କୂଅରୁ ଯେତିକି ପାଣି ମିଳିବା କଥା, ସେତିକି ମିଳିପାରୁ ନାହିଁ। ଯେଉଁଥିପାଇଁ ଜଳଯୋଗାଣ ପର୍ଯ୍ୟାପ୍ତ ହୋଇପାରୁ ନାହିଁ ବୋଲି ବୈଠକରେ କୁହାଯାଇଥିଲା। ତେଣୁ ପର୍ଯ୍ୟାପ୍ତ ପାଣି ପାଇଁ ବ୍ରାହ୍ମଣୀରେ ଏକ ବ୍ୟାରେଜ୍‌ ତିଆରି କରିବାକୁ ନାଲକୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ, ଯେହେତୁ ନାଲକୋ ଏହି ୨୪ଗୋଟି ଗାଁକୁ ପାଣି ଦେବା ପାଇଁ ଏମ୍‌ଓୟୁ କରିଛି। ତେଣୁ, ସରକାରଙ୍କ ମେଗା ଜଳଯୋଗାଣ ପ୍ରକଳ୍ପରେ ଏହି ଗାଁଗୁଡ଼ିକୁ ସାମିଲ୍ କରାଯାଇ ନାହିଁ। ତେଣୁ ମେଗା ଜଳଯୋଗାଣ ପ୍ରକଳ୍ପରେ ଏହି ଗାଁଗୁଡ଼ିକୁ ସାମିଲ୍ କରିବା ପାଇଁ ସରକାରଙ୍କୁ ଚିଠି ଲେଖିବାକୁ ବୈଠକରେ କୁହାଯାଇଥିବା ଜଣାପଡ଼ିଛି। ଅନୁଗୁଳ ସର୍କିଟ୍‌ ହାଉସ୍‌ରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।