ଦେଶ ବିଦେଶ ମନୋରଞ୍ଜନ

ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡାନ୍ସ କଲେ ମଲାଇକା ଅରୋରା : ପ୍ରଶଂସକଙ୍କୁ ଭିନ୍ନ ଅନ୍ଦାଜରେ ଦେଲେ ଶୁଭକାମନା

ମୁମ୍ବାଇ ୧୪/୧୧: ମଲାଇକା ଅରୋରା ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ପ୍ରଶଂସକଙ୍କ ସହ ନିଜ ଭିଡିଓ ସେୟାର କରନ୍ତି। ଏବେ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ୍ କରିଛନ୍ତି ଯାହା ଜୋରସୋରରେ ଭାଇରାଲ୍ ହେଉଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡାନ୍ସ କରୁଥିବା ନଜର ଆସିଛନ୍ତି। ପ୍ରଶଂସକଙ୍କୁ ତାଙ୍କର ଅନ୍ଦାଜ ଖୁବ୍ ପସନ୍ଦ ଆସୁଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ସେୟାର କରି ମଲାଇକା ପ୍ରଶଂସକଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଯେ,‘ଧନତେରାସ ଏବଂ ଦୀପାବଳିର ଏହି ଶୁଭ ଅବସରରେ କାମନା କରୁଛନ୍ତି ଯେ ଆପଣ ସମସ୍ତଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହେଉ ଏବଂ କରୋନାର ନାଶ ହେଉ।’ ଏହି ପୋଷ୍ଟରେ ଫରାହ ଖାନ୍ କମେଣ୍ଟ କରି ଲେଖିଛନ୍ତି ଯେ ତାଙ୍କ ଘୂରୁଥିବା ଆଇନା। ଏହା ବ୍ୟତୀତ ଅନ୍ୟ ସେଲିବ୍ରିଟି ଏବଂ ପ୍ରଶଂସକ କମେଣ୍ଟ୍ କରି ଏହି ଭିଡିଓରେ ନିଜ ପ୍ରତିକ୍ରିୟା ଦେଉଛନ୍ତି। ମଲାଇକାଙ୍କ ଏହି ଭିଡିଓକୁ ସାଢ଼େ ୩ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି।

ଏଥର ମଲାଇକା ତାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଧର୍ମଶାଳାରେ ଦୀପାବଳି ସେଲିବ୍ରେଟ୍ କରିବେ। ସେମାନଙ୍କୁ ଶୁକ୍ରବାର ସକାଳେ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା।ଅର୍ଜୁନ ଏବେ ଧର୍ମଶାଳାରେ ଫିଲ୍ମ ଭୂତ ପୋଲିସର ସୁଟିଂ କରୁଛନ୍ତି। ମଲାଇକାଙ୍କ କିଛି ଫଟୋ ଭାଇରାଲ୍ ହୋଇଥିଲା,ଯେଉଁଥିରେ ସେ କରୀନା କପୁରଙ୍କ ସହ ନଜର ଆସିଛନ୍ତି। ସୈଫ ଅଲ୍ଲୀ ଖାନ୍ ମଧ୍ୟ ଭୂତ ପୋଲିସର ସୁଟିଂ କରୁଛନ୍ତି। ଏପରି କ୍ଷେତ୍ରରେ କରୀନା ତାଙ୍କ ସହ ଧର୍ମଶାଳାରେ ଦୀପାବଳି ପାଳନ କରିବାର ପ୍ଲାନ୍ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ