ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ନାଲାୟକ୍‌’ ଗାଳି ଦେଇ ଇଞ୍ଜିନିୟର୍‌ଙ୍କୁ ଚାପୁଡ଼ା ମାରିଲେ ବିଧାୟିକା

ଥାନେ: ‘ନାଲାୟକ୍‌’ (ଅପଦାର୍ଥ) ବୋଲି ଗାଳି ଦେଇ ମହାରାଷ୍ଟ୍ର ଥାନେ ଜିଲ୍ଲାର ଜଣେ ବିଧାୟିକା ସମସ୍ତଙ୍କ ସାମ୍‌ନାରେ ଜଣେ ‘ସିଭିକ୍‌ ଇଞ୍ଜିନିୟର୍‌’ଙ୍କୁ ଚଟକଣା ମାରୁଥିବାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ‘ମୀରା ଭାୟନ୍ଦର ମୁନିସ୍‌ପାଲ୍‌ କର୍ପୋରେସନ୍‌’ର ୨ଜଣ ଇଞ୍ଜିନିୟର୍‌ ଜବରଦଖଲ ସ୍ଥାନରେ ଥିବା କେତୋଟି ଘର ଭାଙ୍ଗି ପକାଇଥିଲେ। ସେ ଘରେ ବାସ କରୁଥିବା ଲୋକେ ପିଲାପିଲିଙ୍କୁ ଧରି ବର୍ତ୍ତମାନ ରାସ୍ତାରେ ରହୁଛନ୍ତି। ସେପଟେ, ଆଗକୁ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷାଋତୁ ପାଖେଇ ଆସୁଛି।

ଏ କଥା ଜାଣିବା ପରେ ମୀରା ଭାୟନ୍ଦର ବିଧାୟିକ ଗୀତା ଜୈନ୍‌ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେମାନଙ୍କ ଘର କାହିଁକି ଭାଙ୍ଗିଲ ଏବଂ ସେ ସଂକ୍ରାନ୍ତରେ ଥିବା ସରକାରୀ ନିୟମାବଳି ଦେଖାଇବା ପାଇଁ କହିବା ସହିତ ୨ଜଣ ଇଞ୍ଜିନିୟର୍‌ଙ୍କୁ ଗାଳି ଦେବା ସହିତ ଜଣକୁ ଚାପୁଡ଼ା ମାରିଥିଲେ।

ଜୈନ୍ ପୂର୍ବରୁ ସହରର ‘ବିଜେପି’ ମେୟର୍‌ ଥିଲେ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥିନୀ ଭାବେ ବିଜୟୀ ‌ହୋଇ ବିଧାୟିକା ହୋଇଥିଲେ। ସମ୍ପ୍ରତି ସେ ‘ବିଜେପି-ଶିବସେନା’ ସରକାରଙ୍କୁ ସମର୍ଥନ କରୁଛନ୍ତି।

ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ପାଇଁ ଜୈନ୍‌ଙ୍କ ସହିତ ଯୋଗଯୋଗ ସ୍ଥାପନ ସମ୍ଭବ ହୋଇ ପାରିନାହିଁ। ପ୍ରତିକ୍ରିୟା ଜାଣିବା ଲାଗି ‘ଏମ୍‌ବିଏମ୍‌ସି’ କମିସନର୍‌ ଦିଲୀପ ଧୋଲେଙ୍କ ନିକଟକୁ ମେସେଜ୍‌ କରାଯାଇଥିଲେ ବି ସେ ଉତ୍ତର ଦେଇ ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ