ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟାକାରୀ ଗୋପାଳ ଦାସର ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଇବାକୁ କ୍ରାଇମବ୍ରାଞ୍ଚ ଗୁଜୁରାଟର ଗାନ୍ଧୀ ନଗର ନେଇଛି। ଗୁରୁବାର ସେଠାରେ ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ତାର ନାର୍କୋ ଟେଷ୍ଟ କରାଯିବ। ନାର୍କୋ ଟେଷ୍ଟରେ ଗୋପାଳକୁ ହତ୍ୟାକାଣ୍ଡ ସମ୍ପର୍କରେ ଏକାଧିକ ପ୍ରଶ୍ନ ପଚରା ଯିବ। କ୍ରାଇମବ୍ରାଞ୍ଚ ଗୋପାଳକୁ କ’ଣ ପ୍ରଶ୍ନ ପଚାରିବ ତାକୁ ନେଇ ଚର୍ଚା। ତେବେ ଗୋପାଳକୁ କେଉଁ କେଉଁ ପ୍ରଶ୍ନ ପଚାରିପାରେ ତାର ଏକ ସାମ୍ଭାବ୍ୟ ତାଲିକା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ସେହି ସମ୍ଭାବ୍ୟ ପ୍ରଶ୍ନ ହେଉଛି, ପ୍ରଥମ ପ୍ରଶ୍ନ ରହିପାରେ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ସେ ହତ୍ୟା କଲା? ମନ୍ତ୍ରୀଙ୍କ ହତ୍ୟା ପଛର କାରଣ କ’ଣ? କେଉଁ କାରଣରୁ ନବ ଦାସଙ୍କ ଉପରେ ରାଗି ଯାଇଥିଲା ସେ ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି? ବ୍ୟକ୍ତିଗତ ଭାବେ ତା’ର କିମ୍ବା ତା’ ପରିବାରର କିଛି କ୍ଷତି କରିଥିଲେ କି ମନ୍ତ୍ରୀ? ବ୍ୟକ୍ତିଗତ ଶତ୍ରୁତା ନା’ ଅନ୍ୟ କାରଣ ପାଇଁ ହତ୍ୟା କରିଥିଲା? କୋଇଲା ମାଫିଆଙ୍କ ସହ ତା’ର ରହିଛି କି ସଂପର୍କ? ବ୍ୟବସାୟିକ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି କି? ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଏ ସୁପାରୀ ଦେଇଥିଲେ କି? ହତ୍ୟାକାଣ୍ଡ ପାଇଁ କିଏ କିଏ ସହଯୋଗ କରିଛନ୍ତି? ହତ୍ୟା ପଛରେ କୌଣସି ରାଜନୈତିକ କାରଣ ରହିଛି କି? କେତେ ଦିନ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ? ମନ୍ତ୍ରୀଙ୍କୁ ଗୁଳି ମାରିବା ପରେ ପଶ୍ଚାତାପ କରୁଛନ୍ତି କି? ମନ୍ତ୍ରୀଙ୍କ ମୃତ୍ୟୁ ଯୋଗୁଁ ତା’ର କି ଲାଭ ହେଲା?
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l