ଅପରାଧ ରାଜ୍ୟ

ନାରାୟଣପାଟଣା ବ୍ଲକର ପାଚିଂ ଜଙ୍ଗଲରେ ପୁରୁଣା ବିସ୍ଫୋରକ ଠାବ କଲା ପୁଲିସ

କୋରାପୁଟ: ଅନ୍ୟ ବ୍ଲକ ଅପେକ୍ଷା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ମାଛକୁଣ୍ଡ ଅଞ୍ଚଳ ଓ ବୈପାରିଗୁଡା ବ୍ଲକର ଏକାଧିକ ଅଞ୍ଚଳରେ ଏବେ ବି ରହିଛି ମାଓ ଗତିବିଧି। ଏହି ଦୁଇ ଅଞ୍ଚଳରେ ଗତିବିଧି ରହିଥିବାବେଳେ ଏହିଠାରେ ଓଡ଼ିଶା ପୁଲିସ, ବିଏସଏଫ ଓ ସୁରକ୍ଷାକର୍ମୀଙ୍କ ପ୍ରହରାକୁ ବଢାଇ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି।

ସେ କହିଛନ୍ତି ଯେ ୧୦ ତାରିଖ ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ନାରାୟଣପାଟଣା ବ୍ଲକର ପାଚିଂ ଜଙ୍ଗଲରେ ବିସ୍ଫୋରକ ପୋତା ହୋଇ ରହିଥିବା ଖବର ମିଳିଥିଲା। ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପାଚିଂ ଓ ବାଲକାପାଇ ଗାଁ ନିକଟ ଜଙ୍ଗଲରେ ପୁରୁଣା ବିସ୍ଫୋରକ ପୋତା ହୋଇ ରଖାଯାଇଛି। ଏହାକୁ ଠାବ କରିବାକୁ ଗୋଟିଏ ଡିଭିଏଫ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ ସହ ଏକ ନକ୍ସଲ ଅପରେସନ କରାଯାଇଥିଲା। ଏହିଠାରେ ଗୋଟିଏ ସି.ପି. ରାଏଟ୍‌ ଗନ୍‌, ୩୮ ଏମଏମର ଆଣ୍ଟି ରାଏଟ୍‌ ରବର ବୁଲେଟ୍‌, ୬ଟି ଲିକ୍ୟୁଡ୍‌ ଫର୍ମରେ ରହିଥିବା ବିସ୍ଫ‌ୋରକ ଓ ଗୋଟିଏ କଟିଂ ପିଲିୟର ଜବତ ‌କରାଯାଇଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ କୋରାପୁଟ ଅସ୍ତ୍ରାଗାର ଲୁଟ୍‌ ଘଟଣା ସହ ସମ୍ପୃକ୍ତ ରହିଥିବା ଆଶଙ୍କା କରାଯାଉଛି। ତେବେ କୋରାପୁଟ ଅସ୍ତ୍ରାଗାରରେ ୯ଟି ଆଣ୍ଟି ରାଏଟ୍‌ ଗନ ସେହି ସମୟରେ ଚୋରି ହୋଇଥିବା ବେଳେ ଏହି ଗନଟି ସେହି ସମୟର କି ନାହିଁ ତାର ତଦନ୍ତ ଜାରି ରହିଛି।

ଅନ୍ୟପକ୍ଷରେ ଶ୍ରୀ ଗୁଣ୍ଟୁପାଲି କହିଛନ୍ତି ଯେ, ମାଓ ପ୍ରବଣ ରହିଥିବା ପଟାଙ୍ଗୀ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଓ କୋରାପୁଟରେ ମାଓଗତିବିଧି ନାହିଁ। କାଁ ଭାଁ କେତ‌େବେଳେ ମାଓମାଦୀଙ୍କ ମାଓ ଗତିବିଧି ହେଉଥିବା ଖବର ଆସୁଛି। ପୂର୍ବରୁ ଯେପରି ଭାବେ ଗତିବିଧି ରହିଥିଲା ଏବେ ଆଉନାହିଁ। କେବଳ ବୈପାରିଗୁଡାର ଅପହଞ୍ଚ ଅଞ୍ଚଳ ଓ ମାଛକୁଣ୍ଡର ଅପହଞ୍ଚ ଅଞ୍ଚଳରେ ମାଓ ଗତିବିଧି ରହିଛି। ଏହାକୁ ପ୍ରତିହତ କରିବାକୁ ଆମେ ଗୁଇନ୍ଦାକୁ ଲଗାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛୁ। ତେବେ ସରକାରଙ୍କ ନୂଆ ନକ୍ସଲ ଆତ୍ମ ସମର୍ପଣ ନିୟମକୁ ମାନି ନକ୍ସଲମାନେ ଆତ୍ମସମର୍ପଣ କରନ୍ତୁ। ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।