ରାଜ୍ୟ ସ୍ପେଶାଲ ରିପୋର୍ଟ

ନାରାୟଣପାଟଣାରୁ ୧୨ବର୍ଷ ପରେ ହଟିଲେ ବିଏସ୍‌ଏଫ୍‌ ଯବାନ

ନାରାୟଣପାଟଣା : ୧୨ ବର୍ଷ ଧରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌କୁ ସୁରକ୍ଷା ଦେଇ ଆସିଥିବା ବିଏସ୍‌ଏଫ୍‌ ଯବାନ ଏଠାରୁ କ୍ୟାମ୍ପ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରି ସାରିଲେଣି। ସପ୍ତାହକ ମଧ୍ୟରେ ଦୁଇଟି କ୍ୟାମ୍ପ ଖାଲିହୋଇ ସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ଦୁଇଟି କ୍ୟାମ୍ପରୁ ମଧ୍ୟ ବିଏସ୍‌ଏଫ୍‌ ଯବାନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ଅନୁସାରେ ଯେଉଁ ଦୁଇଟି କ୍ୟାମ୍ପରୁ ବିଏସ୍‌ଏଫ୍‌ ଯବାନ ହଟିଛନ୍ତି ସେଠାରେ ଆଇଆର୍‌ବି ଯବାନ ମୁତୟନ ହୋଇ ସାରିଲେଣି।

୨୦୦୪ ମସିହାରେ ମାଓବାଦୀ କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ହିଂସା ଘଟାଇଥିଲେ। ଫେବ୍ରୁଆରି ୪ତାରିଖ ରାତିରେ କୋରାପୁଟ ଅସ୍ତ୍ରାଗାର ଲୁଟ୍‌ କରିବା ସହ କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ବନ୍ଧୁଗାଁ ଥାନା ଉପରେ ଏକାସଙ୍ଗେ ଆକ୍ରମଣ କରିଥିଲେ। ଏହା ପରେ ନାରାୟଣପାଟଣାର ଘଞ୍ଚ ଜଙ୍ଗଲରେ ଆଶ୍ରୟ ନେଇ ଏହି ଅଞ୍ଚଳରେ ପତିଆରା ଜାହିର କରିଥିଲା। ସେହିପରି ଜମି ମୁକ୍ତି, ଗୋତି ମୁକ୍ତ, ମଦ ମୁକ୍ତି ନାରା ଦେଇ ଚାଷୀ ମୂଲିଆ ଆଦିବାସୀ ସଂଘ ମୁଣ୍ଡ ଟେକିଥିଲା। ନାଚିକା ଲିଙ୍ଗା ଏହି ସଂଘର ନେତୃତ୍ବ ନେବା ପରେ ସାରା ରାଜ୍ୟରେ ସଂଗଠନ ଚହଳ ପକାଇଥିଲା। କ୍ରମାଗତ ଭାବେ ମାଓବାଦୀଙ୍କ ହିଂସା ବଢ଼ିଥିବା ବେଳେ ୨୦୧୨ ମସିହାରେ ତତ୍କାଳୀନ ବିଧାୟକ ଝିନ୍ନ ହିକକାଙ୍କୁ ଅପହରଣ କରିଥିଲେ।

ବୃଦ୍ଧି ପାଉଥିବା ରକ୍ତପାତ ଏବଂ ଆତଙ୍କରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ୨୦୧୦ ମସିହାରେ ସୁରକ୍ଷା ଦେବାକୁ ନାରାୟଣପାଟଣା ଆସିଥିଲେ ବିଏସ୍‌ଏଫ ଯବାନ। ପାଲୁର, ପୋଡାପଦର, ତେନ୍ତୁଳିପଦର, ଦଣ୍ଡାବାଡି ଠାରେ କ୍ୟାମ୍ପ ପ୍ରତିଷ୍ଠା ସହ କମ୍ବିଂ ଅପରେସନ ଜୋରଦାର ହୋଇଥିଲା। ଏହାରି ମଧ୍ୟରେ ବହୁ ଟପ୍‌ ମାଓନେତା ନିହତ ହେବାରୁ ସଂଗଠନ କ୍ରମଶଃ ଦୁର୍ବଳ ହେବାରେ ଲାଗିଥିଲା। ସେହିପରି ନାଚିକା ଲିଙ୍ଗା ଆତ୍ମସମର୍ପଣ ପରେ ଚାଷୀ ମୂଲିଆ ଆଦିବାସୀ ସଂଘ ମଧ୍ୟ ଶକ୍ତି ହରାଇଲା।

ବିଏସ୍‌ଏଫ୍‌ର ୧୨ବର୍ଷର ନିରନ୍ତର ଅଭିଯାନ ଯୋଗୁ ବର୍ତ୍ତମାନ ବ୍ଲକ୍‌ରେ ଶାନ୍ତି ଫେରିଛି। ଶେଷ ଥର ପାଇଁ ୨୦୧୮ ମସିହା ମାର୍ଚ୍ଚ ମାସରେ ସୁରକ୍ଷା କର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହାପରେ ମାଓବାଦୀଙ୍କ କୌଣସି ସ୍ବରଶବ୍ଦ ନଥିବାରୁ ଏବେ ବିଏସ୍‌ଏଫ ଯବାନଙ୍କୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।